ଆଜିଠାରୁ ଆରମ୍ଭ ହେଲା ଏସଇବିସି ସର୍ଭେ

ଭୁବନେଶ୍ୱର : ସାରା ରାଜ୍ୟର ଆଜିଠାରୁ ଏସଇବିସି ସର୍ଭେ ଆରମ୍ଭ ହୋଇଛି। ୨୭ତାରିଖ ପର୍ଯ୍ୟନ୍ତ ଚାଲିବ।

ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କ ସୂଚନା ଅନୁଯାୟୀ ରାଜଧାନୀ ଭୁବନେଶ୍ୱରର ୭୦ ସ୍କୁଲର ୧୦୧ଟି ସେଣ୍ଟରରେ ସର୍ଭେ ହେଉଛି। ଏହି ବର୍ଗର ଲୋକେ ଭୋଟର ଆଇ କାର୍ଡ, ପାସପୋର୍ଟ, ପ୍ୟାନ କାର୍ଡ ଓ ଆଧାର କାର୍ଡ ମଧ୍ୟରୁ ଯେ କୌଣସି ଗୋଟିଏ ତଥ୍ୟ ଦେଇ ସର୍ଭେରେ ନିଜ ନାଁ ସାମିଲ କରୁଛନ୍ତି। ନୋଡାଲ ଅଫିସର, ମେୟର ସେଣ୍ଟର୍ ଗୁଡ଼ିକ ବୁଲି ଦେଖୁଛନ୍ତି। ୨୦ ତାରିଖ ଯାଏ ସର୍ଭେ ଏବଂ ୨୦ ରୁ ୨୭ ତାରିଖ ସ୍ପେସାଲ୍ ସର୍ଭେ ହେବ। ବ୍ରାହ୍ମଣ, କରଣ, ଏସ ସି, ଏସ ଟିକୁ ବାଦ ଦେଲେ 208ଟି ଜାତି ସର୍ଭେରେ ଭାଗ ନେବେ। ସେମାନଙ୍କ ଶିକ୍ଷା ଓ ସାମାଜିକ ସ୍ଥିତି ଜାଣିବା ଏହି ସର୍ଭେର ଉଦ୍ଦେଶ୍ୟ।

ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା ସର୍ଭେରେ ସାମିଲ ହେବା ଲାଗି ସମସ୍ତ ପଛୁଆ ବର୍ଗର ଲୋକଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି ଆଜିଠୁ ସର୍ଭେ ଆରମ୍ଭ ହୋଇଛି। ପଛୁଆ ବର୍ଗର ସମସ୍ତ ଭାଇ ଭଉଣୀମାନଙ୍କୁ ଅନୁରୋଧ କରୁଛି ସମସ୍ତେ ସର୍ଭେରେ ସାମିଲ ହୁଅନ୍ତୁ।

Leave a Reply

Your email address will not be published. Required fields are marked *

Back to top button