ଭିଆର ଚୌଧୁରୀ ହେବେ ବାୟୁସେନାର ନୂଆ ମୁଖ୍ୟ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଭାରତୀୟ ବାୟୁସେନାର ନୂଆ ମୁଖ୍ୟ ଭାବେ ଏୟାର ମାର୍ସାଲ ଭି.ଆର.ଚୌଧୁରୀଙ୍କୁ ନିଯୁକ୍ତ କରିଛନ୍ତି। ଏନେଇ ଆଜି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇଛି। ଆସନ୍ତା ସେପ୍ଟେମ୍ବର ୩୦ରେ ବର୍ତ୍ତମାନର ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ସାଲ ଆରକେଏସ୍ ଭାଦୁରିଆ ଅବସର ଗ୍ରହଣ କରିବା ପରେ ସେ ଦାୟିତ୍ୱ ଗ୍ରହଣ କରିବେ। ଏବେ ସେ ବାୟୁସେନାର ଉପମୁଖ୍ୟ ଓ ୱେଷ୍ଟର୍ଣ୍ଣ ଏୟାର କମାଣ୍ଡର କମାଣ୍ଡର-ଇନ-ଚିଫ ଅଛନ୍ତି।

ସୂଚନାଯୋଗ୍ୟ ୧୯୮୨ ଡିସେମ୍ବର ୨୯ରେ ଭାରତୀୟ ବାୟୁସେନାରେ ଜଣେ ଲଢୁଆ ପାଇଲଟଭାବେ ଯୋଗ ଦେଇଥିବା ଏୟାର ମାର୍ସାଲ ଭି.ଆର.ଚୌଧୁରୀଙ୍କ ୩୮୦୦ ଘଣ୍ଟାରୁ ଅଧିକ ସମୟ ଧରି ଉଡ଼ାଣ ଅଭିଜ୍ଞତା ରହିଛନ୍ତି। ସେ ବିଭିନ୍ନ ପ୍ରକାରର ଲଢୁଆ ଓ ତାଲିମ ବିମାନ ଚଳାଇବାର ଅଭିଜ୍ଞତା ରଖିଛନ୍ତି। ବାୟୁସେନାରେ ନିଜର ଦୀର୍ଘ କାର୍ଯ୍ୟକାଳ ମଧ୍ୟରେ ସେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରିଛନ୍ତି। ସେ ଜାତୀୟ ପ୍ରତିରକ୍ଷା ଏକାଡେମୀ (ଏନଡିଏ)ର ଜଣେ ଛାତ୍ର ହୋଇଥିବାବେଳେ ୱେଲିଂଟନ ସ୍ଥିତି ଡିଫେନ୍ସ ସର୍ଭିସେସ ଷ୍ଟାଫ କଲେଜରେ ତାଲିମ ନେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button