ରାଜସ୍ଥାନ ନିର୍ବାଚନ : ୨ୟ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଜୟପୁର : ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କରିଛି ଦ୍ୱିତୀୟ ପ୍ରାର୍ଥୀ ତାଲିକା। ଏଥିରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଘନିଷ୍ଠ ସହଯୋଗୀ ପ୍ରମୋଦ ଜୈନଙ୍କ ସମେତ ୪୩ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। କିନ୍ତୁ ମନ୍ତ୍ରୀ ଶାନ୍ତି ଧାରିୱାଲ ଓ ମହେଶ ଯୋଶୀଙ୍କୁ ଟିକେଟ ମିଳିନାହିଁ। ହେଲେ ବାଂଶୱାଡ଼ାରୁ ଅର୍ଜୁନ ବାମାନିଆ, ଦିଗ କୁମ୍ହେରରୁ ବିଶ୍ୱେନ୍ଦ୍ର ସିଂହ, ସାନଚୋରରୁ ସୁଖରାମ ବିଷ୍ନୋଇ, ବାଇରରୁ ଭଜନ ଲାଲ ଜାଟବ ଓ ଆସିଣ୍ଡରୁ ରାମଲାଲ ଜାଟଙ୍କୁ ଟିକେଟ ଦିଆଯାଇଛି।

ଖବର ଅନୁଯାୟୀ କଂଗ୍ରେସର ପୂର୍ବରୁ ତାଲିକାରେ ୩୩ ଜଣଙ୍କ ନାମ ଘୋଷଣା କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ବିଦାୟୀ ବିଧାନସଭା ବାଚସ୍ପତି ସିପି ଯୋଶୀଙ୍କୁ ଦିଆଯାଇଥିଲା ଟିକେଟ୍। ନୂଆ ଚେହେରା ବଦଳରେ କଂଗ୍ରେସ ବର୍ତ୍ତମାନର ବିଧାୟକଙ୍କ ଲୋକପ୍ରିୟତା ଉପରେ ନିର୍ଭର କରୁଛି। ୩୩ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକାରେ କଂଗ୍ରେସ ୨୯ ଜଣ ବିଧାୟକଙ୍କୁ ଟିକେଟ୍ ଦେଇଛି। ସେହିପରି ୪୩ ଜଣ ପ୍ରାର୍ଥୀଙ୍କ ଦ୍ଵିତୀୟ ତାଲିକାରେ ୩୬ ଜଣ ବିଧାୟକଙ୍କୁ ଟିକେଟ୍ ଦିଆଯାଇଛି।

Leave a Reply

Your email address will not be published. Required fields are marked *

Back to top button