ସୋମବାରରୁ ସକାଳ ସାଢେ ୬ରୁ ୧୧ଟା ପାଠପଢା

ଭୁବନେଶ୍ୱର : ଆସନ୍ତା କଲିଠାରୁ ସ୍କୁଲ୍ ଖୋଲିବ। ପ୍ରଥମରୁ ଦ୍ୱାଦଶ ଯାଏ ସକାଳ ସାଢ଼େ ୬ ଟାରୁ ୧୧ଟା ପର୍ଯ୍ୟନ୍ତ ହେବ ପାଠ। ସ୍ଵତନ୍ତ୍ର ବିଜ୍ଞପ୍ତି ଜରିଆରେ ରାଜ୍ୟ ସରକାର ଏହି ସୂଚନା ଦେଇଛନ୍ତି। ତେବେ ସ୍ଥଳ ବିଶେଷରେ ସ୍କୁଲଗୁଡ଼ିକ ସମୟରେ ସାମାନ୍ୟ ଏପାଖସେପାଖ କରିପାରନ୍ତି ବୋଲି କୁହାଯାଇଛି।

ସେହିପରି ସ୍କୁଲରେ ଖରା ବା ସେ ସଂପର୍କିତ ସମସ୍ୟାର ମୁକାବିଲା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରିବାକୁ କୁହାଯାଇଥିବା ବେଳେ ପାଣି ରଖିବା ସହିତ ସତର୍କ ରହିବା ଲାଗି ଦିଆଯାଇଛି ନିର୍ଦ୍ଦେଶ।

Leave a Reply

Your email address will not be published. Required fields are marked *

Back to top button