ଲାଞ୍ଚ ମାମଲାରେ କେନ୍ଦ୍ର ସମବାୟ ମନ୍ତ୍ରଣାଳୟର ୪ ଅଧିକାରୀ ଗିରଫ

ନୂଆଦିଲ୍ଲୀ : କେନ୍ଦ୍ର ସମବାୟ ବ୍ୟାପାର ମନ୍ତ୍ରଣାଳୟର ୪ ଅଧିକାରୀଙ୍କୁ ୩ ଲକ୍ଷ ଟଙ୍କାର ଲାଞ୍ଚ କାରବାର ମାମଲାରେ ସିବିଆଇ ଗିରଫ କରିଛି। ଅଭିଯୁକ୍ତମାନଙ୍କ ଠାରୁ ନଗଦ ୬୦ ଲକ୍ଷ ଟଙ୍କା ଜବତ ହୋଇଛି।

ଖବର ଅନୁଯାୟୀ ଗିରଫ ଅଧିକାରୀମାନେ ଘରୋଇ କମ୍ପାନୀ ଠାରୁ ଲାଞ୍ଚ ନେଇ ବେଆଇନ କାମ କରୁଥିଲେ। କମ୍ପାନୀ ବେଆଇନ ଓ ଅନିୟମିତତା କରୁଥିବାରୁ କେନ୍ଦ୍ର ସମବାୟ ମନ୍ତ୍ରଣାଳୟ ଏହାର ଫାଇଲ ଗୁଡ଼ିକ ଯାଞ୍ଚ କରୁଥିଲା। ଏହାକୁ ରଫାଦଫା କରିବା ପାଇଁ ଖୋଦ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଲାଞ୍ଚ ନେଉଥିଲେ। ଜୁଲାଇ ୨୮ରେ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ପାଇବା ପରେ ଯୋଜନା ଅନୁସାରେ ଜଣେ ଯଗ୍ମ ନିର୍ଦ୍ଦେଶକ ୩ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ସିବିଆଇ ଧରିଥିଲା। ତାଙ୍କୁ ଗିରଫ କରିବା ପରେ ଅନ୍ୟ ୩ ଜଣ ଧରାପଡିଛନ୍ତି। ସେମାନେ ହେଲେ ଯଗ୍ମ ନିର୍ଦ୍ଦେଶକ ମନଜୀତ ସିଂହ, ସିନିୟର ଟେକ୍ନିକାଲ ଆସିସଷ୍ଟାଣ୍ଟ ରୁହି ଅରୋରା ଓ ଚେନ୍ନାଇରେ କାର୍ଯ୍ୟରତ ମନ୍ତ୍ରଣାଳୟର ଅନ୍ୟତମ ଯୁଗ୍ମ ନିର୍ଦ୍ଦେଶକ ପୁନୀତ ଡୁଗାଲ ଗିରଫ ହୋଇଛନ୍ତି। ମୁମ୍ବାଇରେ ଥିବା ଅଲୋକ ଇଣ୍ଡଷ୍ଟ୍ରୀଜର କର୍ମଚାରୀ ରେଶାବ ରାୟଜାଦାଙ୍କୁ ମଧ୍ୟ ସିବିଆଇ ବାନ୍ଧିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button