ଗୃହରେ ବିରୋଧୀ ଡ୍ରାମା କରୁଛନ୍ତି : ବିଧାୟକ ଅରୁଣ ସାହୁ

ଭୁବନେଶ୍ୱର : ଆଦିବାସୀଙ୍କ ଜମି ବିକ୍ରି ଅଧିନିୟମ ପ୍ରସଙ୍ଗରେ ବିରୋଧୀଙ୍କୁ କଡ଼ା ଜବାବ ଦେଇଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। ସେ କହିଛନ୍ତି ଗୃହରେ ବିରୋଧୀ ଡ୍ରାମା କରୁଛନ୍ତି। ବିଜେପି ଓ କଂଗ୍ରେସ ଏପରି ଡ୍ରାମା କରି ଦେଶରୁ ସଫା ହୋଇଯିବେ।

ଖବର ଅନୁଯାୟୀ ଅରୁଣ କହିଛନ୍ତି ଆଦିବାସୀଙ୍କ ପାଇଁ କିଛି ନକରି କଂଗ୍ରେସ ଦେଶରେ ସଫା ହୋଇଛି। ଏଥର ବିଜେପି ମଧ୍ୟ ସଫା ହେବ। ବିଭିନ୍ନ ଫୋରମରେ ଆଲୋଚନା ହେଉଛି ଅନ୍ୟ ଜାତିମାନେ ସୁବିଧା ପାଉଛନ୍ତି। ଜନଜାତିମାନେ ସବୁ ସୁବିଧା ପାଇବା ପାଇଁ ରାଜ୍ୟ ସରକାର କାମ କରୁଛନ୍ତି। ଆଦିବାସୀମାନେ ଯେମିତି କୌଣସି ଯୋଜନାରୁ ବଞ୍ଚିତ ନ ହୁଅନ୍ତି ତାହା ଉପରେ ରାଜ୍ୟ ସରକାର ଗୁରୁତ୍ଵ ଦେଉଛନ୍ତି। କ୍ୟାବିନେଟରେ ବିରୋଧୀମାନଙ୍କ ପାଇଁ କିଛି ସୁବିଧା ନଥିଲା। ତେଣୁ ଏହାକୁ କ୍ୟାବିନେଟ୍ ତର୍ଜମା କରିବାକୁ ଦେଇଛି। ବିଜେପି ସଦସ୍ୟମାନେ ନିଜର ମତାମତ ଦେବା ପାଇଁ କ୍ୟାବିନେଟ୍ ବ୍ୟବସ୍ଥା କରିଛି। ତେଣୁ ଗୃହରେ ବିଜେପି ଗପ ନକହି କ୍ୟାବିନେଟକୁ ଧନ୍ୟବାଦ ଦିଅନ୍ତୁ।

ସେ କହିଛନ୍ତି ହୋ, ମୁଣ୍ଡାରୀ, ଭୂମିଜ, ସଉରା, କୁଇ, ଯେତେସବୁ ଭାଷା ଅଛି ତାକୁ ସମ୍ବିଧାନରେ ଅଷ୍ଟମ ଅନୁଛେଦରେ ସାମିଲ କରିବା ପାଇଁ କାହିଁକି ବିଜେପି ଦିଲ୍ଲୀରେ ଏହି ପ୍ରସଙ୍ଗ ଉଠାଉ ନାହିଁ। ତେଣୁ ଏଠି ବିଧାନସଭାରେ ଡ୍ରାମା ନକରି ଦିଲ୍ଲୀ ଯାଇ ଏହି ପ୍ରସଙ୍ଗ ଉଠାନ୍ତୁ। ଆଦିବାସୀଙ୍କୁ ହକ ମିଳୁ। ୧୯୭୦ ମସିହାରୁ ୧୬୯ଟି ଜାତି ଅଛନ୍ତି। ତାହାକୁ ଜନଜାତିର ମାନ୍ୟତା କାହିଁକି ମିଳୁନି। ବାରମ୍ବାର ରାଜ୍ୟ ଦାବି କରୁଛି। ବିଜେପିର କେନ୍ଦ୍ରମନ୍ତ୍ରୀ ଓ ୯ ଜଣ ସାଂସଦ କାହିଁକି ୯ବର୍ଷ ଧରି ସଂସଦରେ ପଦେଟିଏ କହିନାହାନ୍ତି ବୋଲି ବିଜେପି ବିଧାୟକଙ୍କୁ ପ୍ରଶ୍ନ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button