ମଧୁମେହ ରୋଗୀ ଏହି ଖାଦ୍ୟଠାରୁ ଦୁରେଇ ରହିବା ଉଚିତ୍

ରକ୍ତରେ ଗ୍ଲୁକୋଜ କିମ୍ବା ଶର୍କରା ସ୍ତର ଅଧିକ ହୋଇଗଲେ ମଧୁମେହ ରୋଗ ହେବାର ଆଶଙ୍କା ବଢିଯାଏ। ଦୀର୍ଘ ସମୟ ଧରି ରକ୍ତରେ ଅଧିକ ଗ୍ଲୁକୋଜ୍ ହୃଦଘାତ, ନର୍ଭ ଡ୍ୟାମେଜ୍, ଆଖି ସମସ୍ୟା ଓ କିଡନୀ ରୋଗ ଭଳି ସମସ୍ୟା ହେବାର ଆଶଙ୍କା ବଢାଏ। ତେଣୁ ରୋଗୀମାନେ ଏଥିପ୍ରତି ବିଶେଷ ଯତ୍ନ ନେବା ଆବଶ୍ୟକ। କାର୍ବସ୍ ଓ ସୁଗାରର ଅତ୍ୟଧିକ ବ୍ୟବହାର ରୋଗୀଙ୍କ ପାଇଁ ବିପଜ୍ଜନକ ହୋଇପାରେ। ତେବେ ଜାଣିବା ଆବଶ୍ୟକ କେଉଁ ଖାଦ୍ୟଠାରୁ ମଧୁମେହ ରୋଗୀମାନେ ଦୂରେଇ ରହିବା ଉଚିତ୍।

  • ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଟ୍ରାନ୍ସ ଫ୍ୟାଟ୍ ରକ୍ତରେ ଶର୍କରା ସ୍ତରକୁ ସିଧାସଳଖ ବୃଦ୍ଧି କରେ ନାହିଁ। କିନ୍ତୁ ଏହାର ବ୍ୟବହାର ଇନସୁଲିନ୍ ପ୍ରତିରୋଧ, ଇମ୍ଫ୍ଲେମେସନ୍ ଓ ପେଟର ଚର୍ବି ସମସ୍ୟାକୁ ବଢାଇଥାଏ। ଆହୁରି ମଧ୍ୟ ଗୁଡ୍ ଫ୍ୟାଟ୍‌ର ପରିମାଣ ଶରୀରରେ କମ୍ ହୋଇଥାଏ। ପିନଟ୍ ବଟର, ଚକୋଲେଟ୍ ସ୍ପ୍ରେଡ୍, କ୍ରିମର୍, ଫ୍ରିଜ୍ ଡିନର୍, କ୍ରାକର ଓ ଅନ୍ୟାନ୍ୟ ବ୍ୟାଡ୍ ଫୁଡ୍‌ରେ ଟ୍ରାନ୍ସ ଫ୍ୟାଟ୍ ରହିଥାଏ।
  • ଚାଉଳ, ପାସ୍ତା ଓ ବ୍ରେଡ୍ କାର୍ବସରେ ଅଧିକ ମାତ୍ରାରେ ମିଳିଥାଏ। ଚାଉଳରେ ଗ୍ଲୁଟେନ୍ ଥାଏ ଯାହା ରକ୍ତରେ ଶର୍କରା ସୃଷ୍ଟି କରିଥାଏ। ଏହି ଖାଦ୍ୟରେ ଫାଇବରର ଅଭାବ ଥିବା କାରଣରୁ ରକ୍ତ ପ୍ରବାହରୁ ଗ୍ଲୁକୋଜ ଆବଜର୍ଭ ହୋଇପାରେନାହିଁ।
  • ସାଧା ଦହି ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ। କିନ୍ତୁ ସ୍ୱାଦଯୁକ୍ତ ଦହି ଖାଇବା ବିପଜ୍ଜନକ ହୋଇଥାଏ। ଏହା ଚର୍ବିହୀନ କିମ୍ବା କମ୍ ଚର୍ବିଯୁକ୍ତ କ୍ଷୀରରୁ ପ୍ରସ୍ତୁତ ଯାହାକି କାର୍ବସ୍ ଓ ସୁଗାରରେ ଭରପୂର। କୁହାଯାଏ ପ୍ରାୟ ଏକ କପ୍ ସ୍ୱାଦଯୁକ୍ତ ଦହିରେ ୩୧ ଗ୍ରାମ ସୁଗାର୍ ରହିଥାଏ।
  • ମଧୁମେହ ରୋଗୀଙ୍କ ପାଇଁ ସପ୍ଟ ଡ୍ରିଙ୍କରୁ ଦୂରେଇ ରହିବା ଭଲ। ଏଥିରେ କାର୍ବୋହାଇଡ୍ରେଟ ଓ ମିଠା ଅଧିକ ରହିଥାଏ। ସପ୍ଟ ଡ୍ରିଙ୍କରେ ବହୁ ଫ୍ରୁଟକୋଜ୍ ଥିବାରୁ କେବଳ ରକ୍ତରେ ଶର୍କରା ସ୍ତରକୁ ବଢାଏ ନାହିଁ ବରଂ ଇନସୁଲିନ୍ ପ୍ରତିରୋଧରେ ମଧ୍ୟ ସମସ୍ୟା ସୃଷ୍ଟି କରିଥାଏ।
  • ଚିପ୍ସ, ବିସ୍କୁଟ କିମ୍ବା ପେଷ୍ଟ୍ରି ପରି ପ୍ୟାକେଜ୍ ସ୍ନାକ୍ ମଧୁମେହ ରୋଗୀଙ୍କ ପାଇଁ ବିପଜ୍ଜନକ। ଏହି ଖାଦ୍ୟରେ ମଇଦା ଅଧିକ ଓ ସୋଡିୟମ୍-କାର୍ବସ୍ ଅଧିକ ପରିମାଣରେ ମିଳିଥାଏ।

Leave a Reply

Your email address will not be published. Required fields are marked *

Back to top button