ସମୁଦ୍ରରେ ଓଲଟିଲା ମାଛଧରା ବୋଟ୍ : ୭ ମତ୍ସ୍ୟଜୀବୀ ବର୍ତ୍ତିଗଲେ

କେନ୍ଦ୍ରାପଡ଼ା : ସମୁଦ୍ରରେ ପ୍ରବଳ ଜୁଆର ଓ ଲହଡ଼ି ମାଡ଼ରେ ଓଲଟି ପଡ଼ିଲା ମାଛଧରା ବୋଟ। ବୁଡ଼ି ଯାଉଥିବା ୭ଜଣ ମତ୍ସ୍ୟଜୀବୀଙ୍କୁ ଅନ୍ୟ ବୋଟର ମତ୍ସ୍ୟଜୀବୀ ଉଦ୍ଧାର କରିଥିବା ଜଣାପଡିଛି।

ଖବର ଅନୁଯାୟୀ ଗତ ରବିବାର ସନ୍ଧ୍ୟାରେ ମହାକାଳପଡ଼ା ବ୍ଲକ ଖରୀନାସି ଗ୍ରାମର ୭ ଜଣ ମତ୍ସ୍ୟଜୀବୀ ଖରୀନାସି ଜେଟୀରୁ ମା ରାମଚଣ୍ଡି ବୋଟରେ ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ। ଫେରିବା ସମୟରେ ପାଗ ଖରାପ ଥିବାରୁ ସମୁଦ୍ରର ଉଚ୍ଚ ଲହଡ଼ିରେ ଡଙ୍ଗାଟି ଓଲଟି ପଡିଥିଲା। ଜୀବନ ବଞ୍ଚାଇବା ପାଇଁ ମତ୍ସ୍ୟଜୀବୀମାନେ ଗଭୀର ଜଳ ରାଶିରେ ପହଁରୁଥିବାରୁ ପାଖରେ ମାଛ ଧରୁଥିବା ବୋଟର ମତ୍ସ୍ୟଜୀବୀ ସେମାନଙ୍କୁ ଉଦ୍ଧାର କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button