ଚମ୍ପୁଆ : ଧାନ ଫସଲ ନଷ୍ଟକଲେ ବଣୁଆ ହାତୀ

ପାଟଣା : କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜର ଜ୍ୟୋତିପୁର ବିଟ କୁସୁମନାଳୀ ଗାଁ ଜଙ୍ଗଲକୁ ୨୬ ଟିକିଆ ବଣୁଆ ହାତୀପଲ ପଶି ଆଖ ପାଖ ଅଞ୍ଚଳରେ ଆତଙ୍କ ଖେଳାଇଛନ୍ତି।
ଖବର ଅନୁଯାୟୀ ଆଜି ସକାଳୁ ସକାଳୁ ହାତୀପଲ ଟାଙ୍ଗରବନ୍ତଳା ଗାଁରେ ଧାନ ଫସଲ ଖାଇବା ସହିତ ପାଦରେ ଦଳି ନଷ୍ଟ କରିଛନ୍ତି। ଯାହା ଏବେ ଚାଷୀମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ହାତୀପଲଙ୍କ ଉପରେ ତୀକ୍ଷଣ ନଜର ରଖିଛନ୍ତି। ହାତୀପଲ ଆଙ୍କୁଡ଼ି, ରସବନ୍ତଳା, କାଉଁରିକଳା, ଟାଙ୍ଗର ବନ୍ତଳା କଞ୍ଚନ ଡୁମୁରିଆ ଓ ନିଶ୍ଚିନ୍ତପୁର ଅଞ୍ଚଳରେ ଏକର ଧାନ ଧାନ ଫସଲ ନଷ୍ଟ କରିଛନ୍ତି। ଖୁବଶୀଘ୍ର ହାତୀପଲଙ୍କୁ ଘଉଡ଼ାଇବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି ହେଉଛି।