ସୀମା ବିଶ୍ଵକପ ପାଇଁ ଭାରତ ଯାଇଛନ୍ତି : ପାକିସ୍ତାନୀ ୟୁଟ୍ୟୁବର

ନୂଆଦିଲ୍ଲୀ : ପ୍ରେମରେ ପଡି ଭାରତ ଚାଲିଆସିଥିବା ପାକିସ୍ତାନୀ ମହିଳା ସୀମା ହାଇଦରଙ୍କୁ ନେଇ ସୋସିଆଲ ମିଡିଆରେ ଚାଲିଛି ବିଭିନ୍ନ ଚର୍ଚ୍ଚା। କିଏ ଗୁପ୍ତଚର ଆଉ କେହି ସ୍ଵାମୀଙ୍କୁ ଧୋକା ଦେଇଥିବା କହୁଛନ୍ତି। କିନ୍ତୁ ଜଣେ ପାକିସ୍ତାନୀ ୟୁଟ୍ୟୁବର କହିଛନ୍ତି ସୀମା ବିଶ୍ଵକପ ପାଇଁ ‌ଭାରତ ଯାଇଛନ୍ତି। ବିଶ୍ଵକପ ଶେଷ ହୋଇଗଲେ ପୁଣି ପାକିସ୍ତାନ ‌ଫେରି ଆସିବେ।

ଖବର ଅନୁଯାୟୀ ସୀମା ହାଇଦର ଏହାକୁ ନେଇ ପ୍ରତିକ୍ରିୟାରେ କହିଛନ୍ତି ଲୋକେ କହୁଛନ୍ତି ମୁଁ ବିଶ୍ଵକପ ପାଇଁ ଭାରତ ଆସିଛି। ଏହା ଭୁଲ। ହଁ ମୁଁ କ୍ରିକେଟ ଦେଖିବାକୁ ପସନ୍ଦ କରେ। ଲୋକେ ଆହୁରି କହୁଛନ୍ତି ମୁଁ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ପସନ୍ଦ କରେ ବୋଲି ସଚିନଙ୍କୁ ଭଲ ପାଇଛି। ଆପଣଙ୍କୁ ଜଣାଇ ‌ଦେବାକୁ ଚାହେଁ ସଚିନ ମୋ ପସନ୍ଦର କ୍ରିକେଟର ନୁହନ୍ତି। ବିରାଟଙ୍କୁ ମୁଁ ବହୁତ ପସନ୍ଦ କରେ। କେବଳ ମୁଁ ନୁହେଁ ପୂରା ପାକିସ୍ତାନବାସୀ ବିରାଟଙ୍କ ଫ୍ୟାନ।

ସୀମା କହିଛନ୍ତି ମୁଁ ସଚିନଙ୍କ ଭଲ ପାଇବା ପାଇଁ ଭାରତ ଆସିଛି। କାରଣ ସଚିନଙ୍କ ବିନା ପାକିସ୍ତାନରେ ମୁଁ ଗୋଟିଏ ମୁହୂର୍ତ୍ତ ରହି ପାରୁ ନଥିଲି। ସେଥିପାଇଁ ଭାରତ ଆସିବାକୁ ଭିସା ପାଇଁ ଅନେକ ଚେଷ୍ଟା କରିଥିଲି। ଅସଫଳ ହେବାରୁ ନେପାଳ ରାସ୍ତା ଦେଇ ପାକିସ୍ତାନରୁ ଭାରତ ଆସିବାକୁ ସ୍ଥିର କରିଥିଲି। ପାକିସ୍ତାନର ଏକ ଟ୍ରାଭେଲ ଏଜେନ୍ସିର ସଦସ୍ୟ ମୋତେ ସାହାଯ୍ୟ କରିଥିଲେ।

Leave a Reply

Your email address will not be published. Required fields are marked *

Back to top button