ଭାଇରାଲ୍ ଭିଡିଓକୁ ନେଇ ଦୁଃଖ ପ୍ରକାଶ କଲେ ଅଭିନେତ୍ରୀ ରଶ୍ମିକା ମନ୍ଦାନା

ନୂଆଦିଲ୍ଲୀ : ରଶ୍ମିକା ମନ୍ଧାନାଙ୍କ ଡିପ୍ଫେକ୍ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାପରେ ଦୁଃଖ ପ୍ରକାଶ କରିଛନ୍ତି ଅଭିନେତ୍ରୀ ରଶ୍ମିକା ମନ୍ଧାନା ଏହାକୁ ରୋକିବା ପାଇଁ ସ୍ୱର ଉତ୍ତୋଳନ କରିବାକୁ ସେ ଜଣ ସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି। କେବଳ ସେତିକି ନୁହେଁ ଅମିତାଭ ବଚ୍ଚନଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ଆଇଟି ମନ୍ତ୍ରୀ ମଧ୍ୟ ଏହି ଘଟଣାରେ ଚିନ୍ତା ପ୍ରକଟ କରିଛନ୍ତି।
ଖବର ଅନୁଯାୟୀ ରଶ୍ମିକା ଏକ୍ସରେ ପୋଷ୍ଟକରି ଲେଖିଛନ୍ତି ଅନ୍ଲାଇନ୍ରେ ଭାଇରାଲ୍ ମୋର ଡିପ୍ଫେକ୍ ଭିଡିଓ ବିଷୟରେ ମୋତେ ଆଲୋଚନା କରିବାକୁ ପଡ଼ୁଛି। ଏହା ଅତି ଭୟଙ୍କର। କେବଳ ମୋ ପାଇଁ ନୁହେଁ ବରଂ ସମସ୍ତଙ୍କ ପାଇଁ ଯେଉଁମାନେ ଆଜି ଏହି ଟେକ୍ନୋଲୋଜୀର ଦୁରୁପଯୋଗର ଭୟଙ୍କର ପରିସ୍ଥିତିର ସାମ୍ନା କରୁ ଛନ୍ତି। ଜଣେ ମହିଳା ଓ ଅଭିନେତ୍ରୀ ହିସାବରେ ମୁଁ ମୋ ପରିବାର, ବନ୍ଧୁବର୍ଗ ଓ ଶୁଭଚିନ୍ତକଙ୍କୁ ଧନ୍ୟବାଦ ଦେବି ଯେଉଁମାନେ ସବୁବେଳେ ମୋ ସୁରକ୍ଷା ଓ ସମର୍ଥନରେ ରହୁଛନ୍ତି।
ସେ କହିଛନ୍ତି ଯଦି ମୁଁ ସ୍କୁଲ୍ ଓ କଲେଜ୍ରେ ପଢ଼ୁଥିବା ବେଳେ ମୋ ସହ ଏଭଳି ଘଟିଥାନ୍ତା ତେବେ ମୁଁ କଳ୍ପନା କରୁପାରୁନି ଏହାକୁ କେମିତି ସମ୍ଭାଳିଥାନ୍ତି। ତେଣୁ ଏହାର ଏହାର ଅଧିକ ଦୁରୁପଯୋଗ ପୂର୍ବରୁ ସମସ୍ୟାକୁ ଉଠାଇବା ନିହାତି ଆବଶ୍ୟକ। ସେ ତାଙ୍କ ପୋଷ୍ଟକୁ ସାଇବର ପୋଲିସ ଓ ସାଇବର ଦୋଷ ଆଦିକୁ ଟ୍ୟାଗ୍ କରିଛନ୍ତି।
ସୂଚନାଯୋଗ୍ୟ ପ୍ରଥମେ ଭିଡିଓଟିକୁ ଅଭିଷେକ ନାମକ ଜଣେ ସାମ୍ବାଦିକ ଶେୟାର କରିବା ସହ ଏଆଇର ଭୟାବହତା ସମ୍ପର୍କରେ ଚିନ୍ତା ବ୍ୟକ୍ତ କରିଥିଲେ। ଏହାପରେ ଅମିତାଭ ବଚ୍ଚନ ଉକ୍ତ ପୋଷ୍ଟକୁ ଶେୟାର କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। କେନ୍ଦ୍ର ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଏହି ଘଟଣାରେ ଚିନ୍ତା ବ୍ୟକ୍ତ କରିଥିବା ବେଳେ ଏଭଳି ଘଟଣା ଘଟିଲେ କାର୍ଯ୍ୟାନୁଷ୍ଠାନ ନେଇ ସତର୍କ କରାଇ ଦେଇଛନ୍ତି।
ଡିପଫେକ ଭିଡିଓରେ କ’ଣ ଅଛି – ଭିଡିଓରେ ଦେଖାଯାଉଛି ଅଭିନେତ୍ରୀ ରଶ୍ମିକା ମନ୍ଦାନା ଏକ ଲିଫ୍ଟ ବନ୍ଦ ହେବା ସମୟରେ ଲିଫ୍ଟ ଭିତରକୁ ପଶି ଆସୁଛନ୍ତି। ସେ କଳା ରଙ୍ଗର ଟାଇଟ ଏକ୍ସପୋଜିଙ୍ଗ ଜିମ ପୋଷାକ ପିନ୍ଧିଛନ୍ତି। ଏ ଭିଡିଓ ଭାଇରାଲ ହେବାପରେ ଲୋକମାନେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଲେ। କିନ୍ତୁ ପରେ ଜଣାପଡ଼ିଲା ଭିଡିଓରେ ଥିବା ଝିଅ ରଶ୍ମିକା ନୁହନ୍ତି। ତାଙ୍କ ମୁହଁକୁ ନେଇ ଅନ୍ୟ ଜଣକ ଶରୀରରେ ଯୋଡ଼ା ଯାଇ ଏଡିଟିଂ କରାଯାଇଛି। ଯାହାକୁ ଡିପଫେକ ଭିଡିଓ କୁହନ୍ତି। ଭିଡିଓରେ ଦେଖା ଯାଉଥିବା ଝିଅ ଜଣକ ହେଲେ ଜାରା ପଟେଲ। ଇନଷ୍ଟାଗ୍ରାମରେ ତାଙ୍କର ମାତ୍ର ୪୧୮ ଜଣ ଫଲୋୟର ଅଛନ୍ତି।
ଡିପ୍ଫେକ୍ ଭିଡିଓ କ’ଣ – ମେକାନିକାଲ ଲର୍ଣ୍ଣିଂ ପାଠରେ ଡିପ୍ଫେକ୍ ନାମକ ଏକ ବିଷୟ ରହିଛି। ଏହି ଟେକ୍ନୋଲୋଜୀ ଦ୍ୱାରା ଅରଜିନାଲ୍ ଫଟୋ, ଭିଡିଓ ଓ ଅଡିଓକୁ ନକଲି କରିଦେଲେ ଅସଲି ପରି ଦେଖାଯାଇଥାଏ।