ମହିଳାଙ୍କୁ ସୁରକ୍ଷା ଦେବ ନିର୍ଭୟା ସ୍କ୍ୱାଡ୍

ମୁମ୍ବାଇ : ମୁମ୍ବାଇରେ ମହିଳାଙ୍କ ସୁରକ୍ଷା ପାଇଁ ନିର୍ଭୟା ସ୍କ୍ୱାଡ୍ ଗଠନ ହେବ। ପ୍ରତି ଥାନାରେ କାମକରିବ ଏହି ସ୍କ୍ୱାଡ୍। ମହିଳାଙ୍କ ବିରୋଧରେ ବଢୁଥିବା ଅପରାଧ ରୋକବା ନିମନ୍ତେ ମୁମ୍ବାଇ ପୋଲିସ ଏହି ନିଷ୍ପତ୍ତି ନେଇଛି। ପୋଲିସ କମିଶନର ହେମନ୍ତ ନାଗରାଲେ ଏନେଇ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଖବର ଅନୁଯାୟୀ ମହିଳାଙ୍କ ସୁରକ୍ଷା ଦିଗରେ ଗୁରୁତ୍ୱ ଦେବା ଲାଗି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ଡିଜିପି ଓ ଉଚ୍ଚ ପୋଲିସ ଅଧିକାରୀ ଆଲୋଚନା କରିଛନ୍ତି। ପ୍ରତି ୫ଟି ଥାନାକୁ ନେଇ ଜଣେ ନୋଡାଲ ଅଫିସର ରହିବେ। ଜଣେ ମହିଳା ଆସିଷ୍ଟାଣ୍ଟ ପୋଲିସ କମିଶନର କିମ୍ବା ମହିଳା ଇନ୍ସପେକ୍ଟରଙ୍କୁ ନୋଡାଲ ଅଫିସର ଦାୟିତ୍ୱ ଦିଆଯିବ। ଶିଶୁ, ଅନାଥ ପିଲା, ବାଳାଶ୍ରମ ଓ ମହିଳା ହଷ୍ଟେଲ ଉପରେ ନିର୍ଭୟା ସ୍କ୍ୱାଡ୍‌ ନଜର ରଖିବ।

ଯୁବତୀଙ୍କ ସହ କିଛି ନିର୍ଯାତନା କିମ୍ବା ସେପରି କିଛି ବ୍ୟବହାର ହେଉଛି କି ? ପରିବାର ଓ କିମ୍ବା ଆଖପାଖ ସମାଜରେ ଘଟୁଥିବା ଘଟଣାବଳିକୁ ନିର୍ଭୟା ସ୍କ୍ୱାଡ୍ ତନଖି କରିବ। ଏହାଛଡା ବିଦ୍ୟାଳୟ, ମହାବିଦ୍ୟାଳୟରେ ସଚେତନତା କାଯର୍ୟକ୍ରମ ପାଇଁ ସ୍କ୍ୱାଡ୍କୁ ସ୍ୱତନ୍ତ୍ର ଭାବେ ଟ୍ରେନିଂ ଦିଆଯିବ।

Leave a Reply

Your email address will not be published. Required fields are marked *

Back to top button