୧୪ ଅପରାହ୍ଣରେ ବାତ୍ୟା ସ୍ଥଳଭାଗ ଛୁଇଁବ

ଭୁବନେଶ୍ଵର : ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଡିପ୍ରେସନରେ ପରିଣତ ହୋଇଛି। ଏହା ବାତ୍ୟାରେ ପରିଣତ ହେବାପରେ ଦେଶର ପୂର୍ବ ଉପକୂଳ ଯଥା ଓଡ଼ିଶା, ଆନ୍ଧ୍ର ଓ ପଶ୍ଚିମବଙ୍ଗ ଛୁଇଁବାର ସମ୍ଭାବନା ନାହିଁ। ବାତ୍ୟା ବାଂଲାଦେଶ ଓ ମିଆଁମାର ଆଡକୁ ମୁହାଁଇଛି। ମଇ ୧୪ ଅପରାହ୍ଣରେ ବାଂଲାଦେଶର କକ୍ସ ବଜାର ଓ ମିଆଁମାରର କ୍ୟାକପିଉ ମଧ୍ୟରେ ସ୍ଥଳଭାଗ ଛୁଇଁବ। ବାତ୍ୟାର ବାହ୍ୟ ଅଂଶ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ନିକଟ ଦେଇ ଗତିକରିବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ ବୁଲେଟିନରୁ ଏହି ସୂଚନା ମିଳିଛି।

ଖବର ଅନୁଯାୟୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ମଙ୍ଗଳବାର ଅଧିକ ଘନୀଭୂତ ହୋଇଛି। ଅପରାହ୍ଣ ସାଢେ ୫ଟା ସୁଦ୍ଧା ପୋର୍ଟ ଏହା ବ୍ଲେୟାରଠାରୁ ୫୧୦ କିଲୋମିଟର ଦକ୍ଷିଣ-ପଶ୍ଚିମରେ ଥିଲା। ଏହି ଡିପ୍ରେସନ ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହିତ ବୁଧବାର ସଂଧ୍ୟା ସୁଦ୍ଧା ସାମୁଦ୍ରିକ ଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି। ୧୧ ତାରିଖ ସକାଳେ ଭୀଷଣ ସାମୁଦ୍ରିକ ଝଡ଼ ଓ ପରେ ଆହୁରି ଘନୀଭୂତ ହୋଇ ଅତି ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହେବାର ସମ୍ଭାବନା ରହିଥିବା କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button