ହନି ଟ୍ରାପ୍ରେ ପଡ଼ି ଶତ୍ରୁକୁ ଦେଉଥିଲେ ଡିଆରଡିଓ ଗୁପ୍ତ ତଥ୍ୟ

ବାଲେଶ୍ୱର : ଚାନ୍ଦିପୁର ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେ୍ଞ୍ଜର ୪ ଠିକା କର୍ମଚାରୀ ହନିଟ୍ରାପ୍ରେ ପଡ଼ି ଦେଶର ପ୍ରତିରକ୍ଷା ସମ୍ପର୍କିତ ଗୁପ୍ତ ତଥ୍ୟ ଯୋଗାଇ ଦେଉଥିଲେ। ଏହି ଅଭିଯୋଗରେ ଗତକାଲି ୪ ଜଣଙ୍କୁ ପୋଲିସ ବାନ୍ଧିଛି।
ଖବର ଅନୁଯାୟୀ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେ୍ଞ୍ଜର ଗିରଫ ହୋଇଥିବା ୪ ଠିକା କର୍ମଚାରୀ ଜଣେ ମହିଳାଙ୍କ ସହ ଯୋଗାଯୋଗରେ ଥିଲେ। ସମ୍ପୃକ୍ତ ମହିଳାଙ୍କ ପ୍ରେମରେ ପଡ଼ି ଶତ୍ରୁପକ୍ଷ ସହ ହାତ ମିଳାଇ ଗୁପ୍ତ ତଥ୍ୟ ଦେଉଥିଲେ। ଏପରିକି ମହିଳାଙ୍କ ଆକାଉଣ୍ଟରୁ ସେମାନଙ୍କ ନିକଟକୁ ଟଙ୍କା ଆସୁଥିବା ପ୍ରମାଣ ମିଳିଥିବା ଜଣେ ପୋଲିସ ଅଧିକାରୀଙ୍କଠାରୁ ସୂଚନା ମିଳିଛି।
ପାକିସ୍ତାନ ଆଇଏସଆଇକୁ ଦେଶର ପ୍ରତିରକ୍ଷା ସମ୍ପର୍କିତ ଗୁପ୍ତ ତଥ୍ୟ ଯୋଗାଉଥିବା ଅଭିଯୋଗରେ ପୋଲିସ ଗତକାଲି ବାଲେଶ୍ୱର ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେ୍ଞ୍ଜର ୩ ନମ୍ବର ଲଞ୍ଚ ପ୍ୟାଡରେ କାମ କରୁଥିବା ୪ ଜଣଙ୍କୁ ଗିରଫ କରିଥିଲା। ଅଭିଯୁକ୍ତମାନେ ବିଦେଶୀ ସଂସ୍ଥା ଓ ପାକିସ୍ତାନୀ ଏଜେଣ୍ଟଙ୍କ ସହ ଫୋନ୍ କଲ ମାଧ୍ୟମରେ ଲିଙ୍କ୍ରେ ରହି ତଥ୍ୟ ପ୍ରଘଟ କରିଥିବା ଆଶଙ୍କା କରାଯାଉଛି। ଗିରଫଙ୍କ ମଧ୍ୟରେ ବସନ୍ତ ବେହେରା, ପ୍ରକାଶ ବେହେରା, ଶେଖ୍ ମୁସାକ୍ ଓ ହେମନ୍ତ ମିସ୍ତ୍ରୀ ରହିଛନ୍ତି। ସମସ୍ତ ଅଭିଯୁକ୍ତ ଚାନ୍ଦିପୁର ଝାମ୍ପରାହାଟ ଓ ନୂଆନଈ ଅଞ୍ଚଳର ବୋଲି ଜଣାପଡିଛି।