କରମଣ୍ଡଳକୁ ଲୁପନାଇନରେ ଯିବାପାଇଁ ଦିଆଯାଇଥିଲା ଗ୍ରୀନ ସିଗନାଲ

ଭୁବନେଶ୍ଵର : ବାଲେଶ୍ଵର ବାହାନଗା ରେଳ ଦୁର୍ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଦୁର୍ଘଟଣା କେମିତି ଘଟିଲା କରମଣ୍ଡଳ ଏକ୍ସପ୍ରେସର ଲୋକ ପାଇଲଟ ଗୁଣନିଧି ମହାନ୍ତିଙ୍କ ବୟାନ ରେକର୍ଡ କରାଯାଇଛି। ସେ କହିଛନ୍ତି ଲୁପ ଲାଇନ ପାଇଁ ଗ୍ରୀନ ସିଗନାଲ ଥିଲା।

ଖବର ଅନୁଯାୟୀ ଦୁର୍ଘଟଣାରେ କରମଣ୍ଡଳ ଏକ୍ସପ୍ରେସର ଦୁଇଜଣ ଲୋକ ପାଇଲଟ ଏବେ ଭୁବନେଶ୍ୱର ଏମ୍ସରେ। ମୁଖ୍ୟ ଲୋକ ପାଇଲଟ ଗୁଣନିଧି ମହାନ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ସେହିଭଳି ହଜାରୀ ବେହେରାଙ୍କର ଚିକିତ୍ସା ଚାଲିଛି।

କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ପରେ ଲୋକ ପାଇଲଟଙ୍କ ଭୂମିକା ନେଇ ପ୍ରଶ୍ନ ଉଠିଥିଲା। କାରଣ ମୁଖ୍ୟ ଲାଇନ ଛାଡ଼ି ଲୁପ୍ ଲାଇନରେ କରମଣ୍ଡଳ ଯିବାରୁ ପୂର୍ବରୁ ଛିଡ଼ା ହୋଇଥିବା ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା। ବୟାନ ରେକର୍ଡ ବେଳେ ଉଭୟ ଗୁଣନିଧି ମହାନ୍ତି ଓ ହଜାରି ବେହେରା କହିଛନ୍ତି ଟ୍ରେନ ଯିବା ପାଇଁ ଗ୍ରୀନ ସିଗ୍ନାଲ ଦିଆଯାଇଥିଲା। ରେଳବାଇ ବୋର୍ଡ ସଦସ୍ୟା ଓ ଦକ୍ଷିଣ-ପୂର୍ବ ରେଳବାଇର ମୁଖ୍ୟ ଲୋକସଂପର୍କ ଅଧିକାରୀ ଏହି ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button