ବିଜେଡି କାର୍ଯ୍ୟାଳୟ ‘ଶଙ୍ଖ ଭବନ’ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର : ଆଜି ପବିତ୍ର ଅକ୍ଷୟ ତୃତୀୟାରେ ବିଜୁ ଜନତା ଦଳର ନୂଆ ରାଜ୍ୟ କାର୍ଯ୍ୟାଳୟ ‘ଶଙ୍ଖ ଭବନ’ର ଉଦଘାଟନ କରିଛନ୍ତି ଦଳର ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି କାର୍ଯ୍ୟକ୍ରମରେ ଦଳୀୟ ନେତା ଓ କର୍ମୀଙ୍କ ଉପସ୍ଥିତି ଥିଲେ। ସାମିଲ ହୋଇଥିଲେ ପ୍ରତ୍ୟେକ ଜିଲ୍ଲାରୁ ଆସିଥିବା ଦଳର ଛାମୁଆ ନେତା।

janatakhabar.in

ଖବର ଅନୁଯାୟୀ ବିଜେଡି ଗଠନ ପରଠାରୁ କ୍ୟାପିଟାଲ ହସ୍ପିଟାଲ ନିକଟରେ ଦଳର ପୁରୁଣା କାର୍ଯ୍ୟାଳୟ ରହିଥିଲା। ଦୀର୍ଘବର୍ଷ ପରେ ନୂଆ କାର୍ଯ୍ୟାଳୟ ‘ଶଙ୍ଖ ଭବନ’କୁ ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ୨୦୨୧ ରଥଯାତ୍ରା ବେଳେ ‘ଶଙ୍ଖ ଭବନ’ର ଶୁଭ ଦିଆଯାଇଥିଲା। ନିର୍ମାଣ କାର୍ଯ୍ୟ ୨୦ ମାସ ମଧ୍ୟରେ ଶେଷ ହୋଇଛି। ତିନିମହଲା ବିଶିଷ୍ଟ ଏହି କାର୍ଯ୍ୟାଳୟର ପ୍ରଥମ ମହଲାରେ ପ୍ରେସ ଲାଉଞ୍ଜ ଓ ସମ୍ମିଳନୀ କକ୍ଷ ରହିଛି। ଦ୍ୱିତୀୟ ମହଲାରେ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ପାଇଁ କାର୍ଯ୍ୟାଳୟ ଥିବାବେଳେ ଏକ ବଡ ଅଡିଟୋରିୟମ ରହିଛି। ତୃତୀୟ ମହଲାରେ ଦଳର ସଭାପତିଙ୍କ ପାଇଁ ପ୍ରକୋଷ୍ଠ ରହିଛି।

Leave a Reply

Your email address will not be published. Required fields are marked *

Back to top button