ଦେବେଗୌଡାଙ୍କ ନାତିଙ୍କୁ ସାଂସଦ ପଦରୁ ଅଯୋଗ୍ୟ ଘୋଷଣା

ବେଙ୍ଗାଲୁରୁ : କର୍ଣ୍ଣାଟକର ହାସନ ଲୋକସଭା ଆସନରୁ ଜେଡିଏସ୍‌ ସାଂସଦ ପ୍ରଜ୍ୱଲ ରେଭାନ୍ନାଙ୍କ ନିର୍ବାଚନକୁ କର୍ଣ୍ଣାଟକ ହାଇକୋର୍ଟ ଅବୈଧ ଘୋଷଣା କରିଛନ୍ତି। ସେ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବେଗୌଡ଼ାଙ୍କ ନାତି।

ଖବର ଅନୁଯାୟୀ କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଜଷ୍ଟିସ କେ ନଟରାଜନ ଏହି ରାୟ ଦେଇଛନ୍ତି। ଏହି ନିର୍ବାଚନମଣ୍ଡଳୀର ଭୋଟର ଜି ଦେବରାଜ ଗୌଡା ଓ ତତ୍କାଳୀନ ବିଜେପିର ପରାଜିତ ପ୍ରାର୍ଥୀ ଏ ମଞ୍ଜୁଙ୍କ ଦ୍ୱାରା ଆଗତ ଦୁଇଟି ଆବେଦନକୁ ହୋର୍ଟ ଗ୍ରହଣ କରିଥିଲେ। ନିର୍ବାଚନ ଆଚରଣ ବିଧି ଅନୁଯାୟୀ ନିର୍ବାଚନ ଦୁର୍ନୀତି ପାଇଁ ପ୍ରଜ୍ୱଲ ରେଭାନ୍ନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ବାଚନ ଆୟୋଗଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ପ୍ରଜ୍ୱଲ ରେଭାନ୍ନା ହେଉଛନ୍ତି ଜେଡିଏସର ମୁଖ୍ୟ। ୨୦୧୯ ଲୋକସଭା ନିର୍ବାଚନରେ କର୍ଣ୍ଣାଟକରୁ ଏକମାତ୍ର ଦଳୀୟ ପ୍ରାର୍ଥୀ ଭାବେ ଜିତିଥିଲେ। ବିଜେପି ଟିକେଟରେ ରେବନ୍ନାଙ୍କ ବିପକ୍ଷରେ ଲୋକସଭା ନିର୍ବାଚନ ଲଢ଼ି ପରାଜିତ ହୋଇଥିବା ଏ ମଞ୍ଜୁ ପରବର୍ତ୍ତୀ ସମୟରେ ଜେଡିଏସ୍‌ରେ ଯୋଗ ଦେଇଥିଲେ ଓ ବର୍ତ୍ତମାନ ବିଧାୟକ ଅଛନ୍ତି।

ଆବେଦନରେ ଦାବି କରାଯାଇଥିଲା ରେଭାନ୍ନା ନିର୍ବାଚନରେ ଅନିୟମିତତା କରିଥିଲେ। ନିର୍ବାଚନ କମିଶନଙ୍କ ନିକଟରେ ତାଙ୍କ ସମ୍ପତ୍ତି ଘୋଷଣା କରିନଥିଲେ। ଜଷ୍ଟିସ୍‌ କେ ନଟରାଜନ ଶୁକ୍ରବାର କୋର୍ଟରେ ତାଙ୍କ ରାୟ ଘୋଷଣା କରିଛନ୍ତି। ଏଥିରେ ପ୍ରଜ୍ୱଲ ରେଭାନ୍ନା ଓରଫ ପ୍ରଜ୍ୱାଲ ଆର୍‌, ନିର୍ବାଚନ ମଣ୍ଡଳୀ ହାସନର ନିର୍ବାଚନକୁ ଅବୈଧ ଘୋଷଣା କରିଥିଲେ। ତେବେ ମଞ୍ଜୁ ନିଜେ ଦୁର୍ନୀତିରେ ସମ୍ପୃକ୍ତ ଥିବାରୁ ତାଙ୍କୁ ବିଜୟୀ ପ୍ରାର୍ଥୀ ରୂପେ ଘୋଷଣା କରିବାକୁ ଆବେଦନକାରୀଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button