ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନୀ ହିଂସାରେ ୯ ମୃତ

କୋଲ୍‌କାତା : ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଭୋଟ୍‌ ଗ୍ରହଣ ଚାଲିଛି। କିନ୍ତୁ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଘଟିଥିବା ହିଂସାକାଣ୍ଡରେ ୯ଜଣଙ୍କର ମୃତ୍ୟୁ ଘଟିଛି। କିଛି ଘର ମଧ୍ୟ ନଷ୍ଟ କରାଯାଇଛି।

ଖବର ଅନୁଯାୟୀ ମୃତକଙ୍କ ମଧ୍ୟରେ ତୃଣମୂଳ କଂଗ୍ରେସର ୫ଜଣ, ବିଜେପି, ସିପିଆଇ(ଏମ୍‌) ଓ କଂଗ୍ରେସର ଜଣେ ଲେଖାଏଁ କର୍ମୀ ଓ ଜଣେ ସ୍ଵାଧୀନ ପ୍ରାର୍ଥୀଙ୍କ ସମର୍ଥକ ରହିଛନ୍ତି। ଏହାଛଡ଼ା ରାଜ୍ୟର ବିଭିନ୍ନ ପ୍ରାନ୍ତରେ ସଂଘର୍ଷ ଘଟି ବିଭିନ୍ନ ରାଜନୈତିକ ଦଳର ଅନେକ କର୍ମୀ ଆହତ ହୋଇଛନ୍ତି। ବାଲଟ୍‌ ବକ୍ସ୍‌ ନଷ୍ଟ କରିଦିଆଯାଇଛି।

ହୁଗୁଳିର ତାରେକେଶ୍ଵରରେ ତୃଣମୂଳ କଂଗ୍ରେସ ଗୁଣ୍ଡାମାନେ ଜଣେ ସ୍ଵାଧୀନ ପ୍ରାର୍ଥୀଙ୍କ ଝିଅକୁ ଗୁଳି ମାରିଥିବା ଅଭିଯୋଗ ହୋଇଛି। ତାଙ୍କୁ କୋଲକାତା ମେଡିକାଲ୍‌ କଲେଜକୁ ସ୍ଥାନାନ୍ତର କରାଯାଇଛି। ହିଂସାକାଣ୍ଡ ପାଇଁ ଉଭୟ ବିଜେପି ଓ ଟିଏମ୍‌ସି ପରସ୍ପରକୁ ଦାୟୀ କରୁଛନ୍ତି। ଅନ୍ୟପକ୍ଷରେ ହିଂସାକାଣ୍ଡ ବନ୍ଦ କରିବା ପାଇଁ ରାଜ୍ୟପାଳ ସି. ଭି. ଆନନ୍ଦ ବୋଷ ଜନତା ଓ ରାଜନୈତିକ ଦଳମାନଙ୍କୁ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button