କାମେଶ୍ୱର ମନ୍ଦିରରୁ ଚୋରି

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସହରରେ ଥିବା କାମେଶ୍ଵର ଶିବ ମନ୍ଦିରରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି।

ଖବର ଅନୁଯାୟୀ ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ବୁତ୍ତମାନେ କାମେଶ୍ଵର ଶିବ ମନ୍ଦିରର ମୁଖ୍ୟଦ୍ୱାର ତାଲାଭାଙ୍ଗି ମନ୍ଦିର ବେଢାରେ ଥିବା ଦାନବାକ୍ସଟିକୁ ଉଠାଇ ନେଇଥିଲେ। ଏହାକୁ ଭାଙ୍ଗି ସବୁ ଟଙ୍କା ଲୁଟିନେବା ପରେ ବାକ୍ସକୁ ମନ୍ଦିର ନିକଟରେ ଛାଡି ଚାଲିଯାଇଛନ୍ତି। ଶନିବାର ସକାଳେ ପୂଜକ ଏହା ଦେଖି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅନୁସନ୍ଧାନ ଜାରି ରଖିଛି। ତେବେ ମନ୍ଦିର କମିଟି କହିଛି ମନ୍ଦିର ଅନ୍ୟ ସମସ୍ତ ଜିନିଷ ସୁରକ୍ଷିତ ଥିବାବେଳେ ଲୁଟ୍ ହୋଇଥିବା ଦାନ ବାକ୍ସଟି ପ୍ରାୟ ୧ ବର୍ଷ ହେବ ଖୋଲା ଯାଇନଥିଲା।

Leave a Reply

Your email address will not be published. Required fields are marked *

Back to top button