ପରକୀୟା ପ୍ରୀତି : ବିରୋଧ କରିବାରୁ ସ୍ଵାମୀଙ୍କ ଯୌନାଙ୍ଗ କାଟିଲା ପତ୍ନୀ

ଅନୁଗୁଳ : ପରକୀୟା ପ୍ରୀତିର କରୁଣ ପରିଣତି। ସ୍ଵାମୀଙ୍କ ଯୌନାଙ୍ଗ କାଟିଦେଲା ପତ୍ନୀ। ଏଭଳି ଘଟଣା ଅନୁଗୁଳ ସହର ଉପକଣ୍ଠ କାଣ୍ଡଶର ଗାଁରେ ଘଟିଛି।

ଖବର ଅନୁଯାୟୀ ପରକୀୟା ପ୍ରୀତିକୁ ନେଇ ଶନିବାର ରାତିରେ ପରମାନନ୍ଦ ମୁଦୁଲିଙ୍କ ସହିତ ତାଙ୍କ ପତ୍ନୀଙ୍କର ଝଗଡ଼ା ହୋଇଥିଲା। ଏହି ସମୟରେ ପତ୍ନୀ ଉତକ୍ଷିପ୍ତ ହୋଇ ଏକ ଧାରୁଆ ଅସ୍ତ୍ରରେ ପରମାନନ୍ଦଙ୍କ ଯୌନାଙ୍ଗ କାଟି ଦେଇଥିଲେ। ପରମାନନ୍ଦ କହିଛନ୍ତି ପତ୍ନୀଙ୍କର ଅନ୍ୟ ଜଣେ ବ୍ୟକ୍ତିଙ୍କ ସହିତ ସଂପର୍କ ଥିବାରୁ ସେ ଏହାକୁ ବିରୋଧ କରି ଆସୁଥିଲେ। ଏଥିପାଇଁ ସେ ରାଗରେ ତାଙ୍କ ଯୌନାଙ୍ଗ କାଟି ଦେଇଥିଲା। ସେ ଜୀବନ ବିକଳରେ ଘରୁ ବାହାରି ସ୍ଥାନୀୟ ଲୋକଙ୍କ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଏ ନେଇ ସମ୍ପୃକ୍ତ ମହିଳାଙ୍କ ବିରୋଧରେ ନାଲକୋନଗର ଥାନାରେ ଅଭିଯୋଗ ହୋଇଛି।

Leave a Reply

Your email address will not be published. Required fields are marked *

Back to top button