ନରେନ୍ଦ୍ର ସିଂ ତୋମାର ମଧ୍ୟପ୍ରଦେଶ ବିଧାନସଭାର ବାଚସ୍ପତି

ଭୋପାଳ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ନରେନ୍ଦ୍ର ସିଂ ତୋମାର ହେଲେ ମଧ୍ୟପ୍ରଦେଶ ବିଧାନସଭାର ବାଚସ୍ପତି। ସେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି।

ଖବର ଅନୁଯାୟୀ ନରେନ୍ଦ୍ର ସିଂ ତୋମାରଙ୍କୁ ବାଚସ୍ପତି କରିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ବିଧାନସଭାରେ ପ୍ରସ୍ତାବ ରଖିଥିଲେ। ଏହାକୁ ବିଜେପି ଓ ବିରୋଧୀ ଦଳ ସମର୍ଥନ କରିଥିଲେ। ସୂଚନାଯୋଗ୍ୟ ୧୬ତମ ମଧ୍ୟପ୍ରଦେଶ ବିଧାନସଭାର ପ୍ରଥମ ଅଧିବେଶନର ପ୍ରଥମ ଦିନ ଅର୍ଥାତ ସୋମବାର sri ତୋମାର ବାଚସ୍ପତି ପାଇଁ ନାମାଙ୍କନପତ୍ର ଦାଖଲ କରିଥିଲେ। ଆସନ୍ତାକାଲି ଏହି ଅଧିବେଶନ ଶେଷ ହେବାକୁ ଥିବାବେଳେ ତୋମାରଙ୍କୁ ବାଚସ୍ପତି ଭାବେ ନିର୍ବାଚିତ କରାଯାଇଛି।ବାଚସ୍ପତି ଭାବେ ମନୋନୀତ ହେବା ପରେ ତୋମାରଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଅଭିନନ୍ଦନ ଜଣାଇବା ସହ ସମ୍ମତି ପ୍ରଦାନ କରିଥିବାରୁ ବିରୋଧୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button