ଆମ୍ବୁଲାନ୍ସରେ ନିଆଁ ଲଗାଇଦେବାରୁ ମା’-ପୁଅ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ : ମଣିପୁରରେ ଆଦିବାସୀ ଓ ଅଣ ଆଦିବାସୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ସଂଘର୍ଷରେ ମୁଣ୍ଡ ଗଡୁଛି। ବିକ୍ଷୋଭକାରୀ ଆମ୍ବୁଲାନ୍ସରେ ନିଆଁ ଲଗାଇ ଦେବାରୁ ୮ ବର୍ଷର ବାଳକ, ମା’ ଓ ଜଣେ ସମ୍ପର୍କୀୟ ଜୀବନ୍ତ ଦଗ୍ଧ ହୋଇଛନ୍ତି।

ଖବର ଅନୁଯାୟୀ ଉଭୟ ଗୋଷ୍ଠୀ ମଧ୍ୟରେ ଚାଲିଥିବା ସଂଘର୍ଷ ବେଳେ ଗୁଳିମାଡ଼ରେ ଜଣେ ୮ ବର୍ଷର ପିଲା ଆହତ ହୋଇଥିଲା। ତାଙ୍କୁ ବଞ୍ଚାଇବା ପାଇଁ ମା’ ଆମ୍ବୁଲାନ୍ସରେ ହସ୍ପିଟାଲ ନେଉଥିଲେ। ସଙ୍ଗରେଥିଲେ ଜଣେ ସମ୍ପର୍କୀୟ। ମଣିପୁରର ପଶ୍ଚିମ ଇମ୍ଫାଲ ଠାରେ କିଛି ଲୋକ ଆମ୍ବୁଲାନ୍ସରେ ନିଆଁ ଲଗାଇ ଦେବାରୁ ୩ ଜଣ ପ୍ରାଣ ହରାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button