ବାହାନଗା ଟ୍ରେନ୍‌ ଦୁର୍ଘଟଣା : ୩ ଜଣଙ୍କୁ ଗିରଫ କଲା ସିବିଆଇ

ଭୁବନେଶ୍ଵର : ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ଆଜି ସିବିଆଇ ୩ ଜଣ ରେଳ କର୍ମଚାରୀଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଅଛନ୍ତି ସିନିଅର ସେକ୍ସନ ଇଂଜିନିୟର ଅରୁଣ କୁମାର ମହାନ୍ତ, ସେକ୍ସନ ଇଂଜିନିୟର ମହମ୍ମଦ ଅମିର ଖାଁ ଓ ଟେକ୍ନିସିଆନ ପପୁ କୁମାର।

ଖବର ଅନୁଯାୟୀ ଅଭିଯୁକ୍ତମାନଙ୍କୁ ଜାଣିଶୁଣି ଅପରାଧ ଘଟାଇବା ଓ ପ୍ରମାଣ ଲୁଚାଇବା ଅଭିଯୋଗରେ ଗିରଫ କରାଯାଇଛି। ଗତ ଜୁନ୍ ୨ ତାରିଖରେ ଘଟିଥିବା ଏହି ଦୁର୍ଘଟଣା ଯୋଗୁ ୨୯୩ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା। ୧୦୦୦ରୁ ଅଧିକ ଆହତ ହୋଇଥିଲେ। ଘଟଣାସ୍ଥଳରେ ୨୮୮ ଜଣ ଓ ୫ ଜଣଙ୍କର କଟକ ବଡ଼ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିଲେ।

ସୂଚନାଯୋଗ୍ୟ ଗତ ସପ୍ତାହରେ ସିଆରଏସ ଦେଇଥିବା ରିପୋର୍ଟରେ ସିଗ୍‌ନାଲିଂ ବିଭାଗର କର୍ମଚାରୀମାନଙ୍କୁ ଦାୟୀ କରିଥିଲେ। କୌଣସି ପ୍ରକାର ବୈଷୟିକ ତ୍ରୁଟି ବା ମେସିନ୍‌ ଖରାପ ଯୋଗୁ ଏହି ଦୁର୍ଘଟଣା ଘଟି ନଥିଲା। କ୍ଷେତ୍ର କର୍ମଚାରୀଙ୍କ ଅବହେଳା ଯୋଗୁ ଦୁର୍ଘଟଣା ଘଟିଥିବା ସିଆରଏସ କହିଥିଲେ।

Leave a Reply

Your email address will not be published. Required fields are marked *

Back to top button