ଏନଡିଏରେ ସାମିଲ ହେବେ ଚିରାଗ ପାଶୱାନ !

ନୂଆଦିଲ୍ଲୀ : ଏଲଜେପି ମୁଖ୍ୟ ତଥା ରାମବିଳାଶ ପାଶୱାନଙ୍କ ପୁଅ ଚିରାଗ ପଶୱାନଙ୍କୁ ଭେଟିଛନ୍ତି କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟ। ଏହି ଭେଟଘାଟ ପରେ ପୁଣିଥରେ ବିହାର ରାଜନୀତି ସରଗରମ ହୋଇଛି।

ରାଜନୈତିକ ବିଶ୍ଳେଷକ କହୁଛନ୍ତି ଚିରାଗ ପାଶୱାନ ପୁଣି ଏନଡିଏରେ ସାମିଲ ହେବା ନେଇ ସ୍ପଷ୍ଟ ସଂକେତ ମିଳିଛି। କେବଳ ବାକି ରହିଛି କେଉଁଦିନ ଚିରାଗ ଏନଡିଏରେ ସାମିଲ ହେବେ। ହେଲେ ନିତ୍ୟାନନ୍ଦ ରାୟ କହିଛନ୍ତି ଚିରାଗଙ୍କ ଘର ମୋର ପୁରୁଣା ଘର। ଏଠାରେ ଆମର ପୁରୁଣା ସଂପର୍କ ରହିଛି। ସେ କହିଛନ୍ତି ବିଜେପି ଓ ରାମବିଳାଶ ପାଶୱାନ ଦେଶକୁ ନିଜ ସେବା ମାଧ୍ୟମରେ ଖୁସି ରଖିବାକୁ କାମ କରିଥିଲେ। ଚିରାଗ ସହିତ ଆମର କୌଣସି ଖରାପ ସଂପର୍କ ନାହିଁ। ହେଲେ ବିରୋଧୀମାନେ ଏବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ ଦେଖି ବିବ୍ରତ ହୋଇପଡିଥିବା ବେଳେ ଦେଶର ଜନତା ପ୍ରଧାନମନ୍ତ୍ରୀଙ୍କ ପାଇଁ ଏକଜୁଟ ହୋଇସାରିଛନ୍ତି ବୋଲି ନିତ୍ୟାନନ୍ଦ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button