ଗାନ୍ଧି ପରିବାରର ୯୦ କୋଟି ଟଙ୍କାର ସମ୍ପତ୍ତି ଜବତ

ନୂଆଦିଲ୍ଲୀ : ନ୍ୟାସନାଲ ହେରାଲ୍‌ଡ ମାମଲାରେ କଂଗ୍ରେସ ନେତା ରାହୁଲ ଓ ସୋନିଆ ଗାନ୍ଧି ଜଡ଼ିତ କମ୍ପାନି ୟଙ୍ଗ ଇଣ୍ଡିଆନର ୯୦ କୋଟି ଟଙ୍କାର ସମ୍ପତ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ଜବତ କରିଛି।

ଖବର ଅନୁଯାୟୀ ଜବତ ସମ୍ପତ୍ତି ମଧ୍ୟରେ ରହିଛି ଦିଲ୍ଲୀ ଓ ମୁମ୍ବାଇର ନ୍ୟାସନାଲ ହେରାଲ୍‌ଡ ହାଉସ୍‌ ଏବଂ ଲକ୍ଷ୍ନୌର ନେହେରୁ ଭବନ। ନ୍ୟାସନାଲ ହେରାଲ୍‌ଡ ଖବରକାଗଜ ସହ ଜଡିତ ଏକ ମନି ଲଣ୍ଡରିଂ ମାମଲାର ଇଡି ତଦନ୍ତ କରୁଛି। ଏହି ମାମଲାରେ ଅସ୍ଥାୟୀ ଭାବେ ୭୫୧.୯ କୋଟି ଟଙ୍କାର ସମ୍ପତ୍ତି ଜବତ କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଥିବା ଇଡି ଟୁଇଟରେ ସୂଚନା ଦେଇଛି।

ଏହି ଘଟଣାରେ କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭି କହିଛନ୍ତି ରାଜନୈତିକ ପ୍ରତିଶୋଧ ପାଇଁ କେନ୍ଦ୍ର ସରକାର କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍‌ସି ଗୁଡ଼ିକର ଅପବ୍ୟବହାର କରୁଛି। କଂଗ୍ରେସ ଏନେଇ ସର୍ବଦା ଅଭିଯୋଗ କରି ଆସୁଛି। ମନି ଲଣ୍ଡରିଂ କିମ୍ବା ଆର୍ଥିକ ବିନିମୟର କୌଣସି ପ୍ରମାଣ ନାହିଁ।

Leave a Reply

Your email address will not be published. Required fields are marked *

Back to top button