ମନୀଷ ଅନୁରାଗ ମୃତ୍ୟୁ ମାମଲା : ୩ ଅଭିଯୁକ୍ତ ୪ ଦିନିଆ ରିମାଣ୍ଡରେ ଯିବେ

ଭୁବନେଶ୍ୱର : ମନୀଷ ଅନୁରାଗ ମୃତ୍ୟୁ ମାମଲାରେ ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି ହୋଇଛି। ଅଭିଯୁକ୍ତମାନଙ୍କୁ ୪ ଦିନିଆ ରିମାଣ୍ଡରେ ନେବାକୁ ପୋଲିସକୁ ଅନୁମତି ମିଳିଛି।

ଖବର ଅନୁଯାୟୀ ଇନଫୋସିଟି ପୋଲିସ ୫ ଦିନିଆ ରିମାଣ୍ଡ ଆବେଦନ କରିଥିଲା। ଭୁବନେଶ୍ୱର ଜେଏମଏଫସି ୪ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି। ଏଥିସହ ଆଜି ଅଭିଯୁକ୍ତମାନଙ୍କର ବୟାନ ୧୬୪ ଅନୁସାରେ ରେକର୍ଡ କରାଯାଇଛି।

ସୂଚନାଯୋଗ୍ୟ ଶନିବାର ଜେ.ଏମ୍ .ଏଫ୍ .ସି କୋର୍ଟରେ ଅଭିଯୁକ୍ତମାନଙ୍କୁ ହାଜର କରାଯାଇଥିଲା। ଦିନେଶ ମହାପାତ୍ର, ମୃତ୍ୟଞ୍ଜୟ ମିଶ୍ର ଓ ଅମ୍ରିତ ବିଶ୍ୱାଳଙ୍କ ମଧ୍ୟରୁ କେବଳ ଅମ୍ରିତଙ୍କ ଜାମିନ ପାଇଁ ଆବେଦନ କରିଥିଲେ ଓକିଲ। ଅନ୍ୟ ୨ ଜଣଙ୍କ ଜାମିନ ପାଇଁ କେହି ଓକିଲ ଆବେଦନ କରିନଥିଲେ। ଜେଏମଏଫସି ୩ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ କରିଥିଲେ। ଏମାନଙ୍କ ବିରୁଦ୍ଧରେ ଦଫା ୩୦୨, ୩୬୪-କ, ୨୦୧, ୩୪ ଲାଗିଛି। ଜାମିନ ନାମଞ୍ଜୁର ହେବା ପରେ ସେମାନଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *

Back to top button