୧୦୮ ଦଫା ଚାର୍ଜସିଟ ସହ ସରକାରଙ୍କୁ ଘେରିବ ବିଜେପି

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ୧୦୮ଟି ପ୍ରସଙ୍ଗକୁ ନେଇ ରାଜ୍ୟ ବିଜେପି ଚାର୍ଜସିଟ ପ୍ରସ୍ତୁତ କରିଛି। ଏଥିରେ ରହିବ ୫-ଟି ସଚିବଙ୍କ ଜିଲ୍ଲା ଗସ୍ତ ପ୍ରସଙ୍ଗ।

ଚାର୍ଜସିଟକୁ ନେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି ସଚିବ କେଉଁ କ୍ଷମତାରେ ଜିଲ୍ଲା ଜିଲ୍ଲା ବୁଲୁଛନ୍ତି ଓ ଓଡ଼ିଶାର ସବୁ କାମ ତାମିଲନାଡୁ ଲୋକଙ୍କୁ ଦେଉଛନ୍ତି ଏ ପ୍ରସଙ୍ଗ ଚାର୍ଜସିଟରେ ରହିବ। ଏଥିସହ ସରକାରଙ୍କ ବିଫଳତା, ଦୁର୍ନୀତିରେ ଲିପ୍ତ, କୋଇଲା ଦୁର୍ନୀତି, ଲୁହା ଦୁର୍ନୀତି, ପୁରୀ ଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ଆଦି ପ୍ରସଙ୍ଗକୁ ମିଶାଇ ବିଜେପି ୧୦୮ ଦଫା ଚାର୍ଜସିଟ୍ ପ୍ରସ୍ତୁତ କରିଛି। ସେ କହିଲେ ଓଡ଼ିଶାର ୩୦ଟି ଜିଲ୍ଲାରେ ଅନେକ ପ୍ରକାର ଦୁର୍ନୀତି ହୋଇଛି। ତେଣୁ ଯେଉଁ ଜିଲ୍ଲା ଓ ଯେଉଁ ଅଞ୍ଚଳ ପାଇଁ ଯାହା ପ୍ରସଙ୍ଗ ଉଦ୍ଦିଷ୍ଟ ସେହି ଅଞ୍ଚଳରେ ତାହାକୁ ଗୁରୁତ୍ଵ ଦିଆଯିବ। ପଞ୍ଚାୟତ ସ୍ତରରେ ଆନ୍ଦୋଳନ ଆରମ୍ଭ ହୋଇସାରିଥିବା ବେଳେ ପଞ୍ଚାୟତ ଅଫିସ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ଚାଲିଛି। ତେଣୁ ପଞ୍ଚାୟତ, ବ୍ଲକ ଠାରୁ ଆରମ୍ଭ କରି ଜିଲ୍ଲା ଓ ରାଜ୍ୟ ସ୍ତରରେ ସରକାରଙ୍କ ବିରୋଧରେ ଚାର୍ଜସିଟ ଦିଆଯିବ।

ବିଜେପିର ଚାର୍ଜସିଟ ଉପରେ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଅନେକ ଚାର୍ଜସିଟ ଦାଖଲ ହେଉଛି। ନିର୍ବାଚନୀ ବର୍ଷ ହୋଇଥିବାରୁ ବିରୋଧୀ ଦଳ ଏଇଭଳି ଅଭିଯୋଗ କରିବେ। ଆମେ ଲୋକଙ୍କ ସହ ଅଛୁ। ନିର୍ବାଚନ ଆଗରୁ ଯେଉଁମାନେ ଲୋକମାନଙ୍କ ପାଖକୁ ଯାଉନଥିଲେ ସେମାନେ କିଛି ପ୍ରସଙ୍ଗ ନେଇ ଯିବେ । ତେଣୁ ଚାର୍ଜସିଟକୁ ଆଳ କରିବାକୁ ବିରୋଧୀ ଯୋଜନା କରିଛନ୍ତି। ଓଡ଼ିଶାରେ ବିଜୁ ଜନତାଦଳ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଜନସାଧାରଣଙ୍କ ମନରେ ଦୃଢ଼ ମନୋବଳ ସୃଷ୍ଟି କରିଛି। ଆମେ କେବଳ କହୁନାହୁଁ ଯାହା କହୁ ତାହା କରୁଛୁ।

Leave a Reply

Your email address will not be published. Required fields are marked *

Back to top button