ଡିଜିପି ସୁନୀଲ ବଂଶଲଙ୍କ ଅବସର ନେଇ ଅନୁମତି

ଭୁବନେଶ୍ଵର : ଆସନ୍ତା ଡିସେମ୍ବର ୩୧ ତାରିଖରେ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ଅବସର ଗ୍ରହଣ କରିବେ। ରାଜ୍ୟ ସରକାର ତାଙ୍କୁ ଅବସର ପାଇଁ ଅନୁମତି ଦେଇଥିବା ବେଳେ ଏ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଖବର ଅନୁଯାୟୀ ରାଜ୍ୟ ସରକାର ନୂଆ ପୋଲିସ ମହାନିର୍ଦ୍ଦେଶକ ପାଇଁ ୟୁପିଏସସିକୁ ୭ ଜଣ ଆଇପିଏସଙ୍କ ନାଁ ସୁପାରିଶ କରିଛନ୍ତି। ଏହି ଅଫିସର ହେଲେ ଅରୁଣ ରାୟ, ଏ.ଏମ. ପ୍ରସାଦ, ବି.ରାଧିକା, ଏସ.ଏମ. ନରବଣେ, ୱାଇ.ବି. ଖୁରାନିଆ, ସୁଧାଂଶୁ ଷଡଙ୍ଗୀ ଓ ଅରୁଣ ଷଡଙ୍ଗୀ। ଏମାନଙ୍କ ମଧ୍ୟରୁ କିଛି ଆଇପିଏସ , ୟୁପିଏସସିର ସର୍ତ୍ତାବଳୀ ପୂରଣ କରୁନାହାନ୍ତି। ତେଣୁ ପରବର୍ତ୍ତୀର୍ତୀ ପୋଲିସ ଡିଜି ଭାବେ ୟୁପିଏସସି ଯେଉଁ ଆଇପିଏସଙ୍କ ତାଲିକା ପଠାଇବେ ସେଥିମଧ୍ୟରୁ ରାଜ୍ୟ ସରକାର ଜଣକୁ ଚୟନ କରିବେ। ନୂଆ ବର୍ଷରେ ଡିଜିପି ପଦରେ କାହାକୁ ବସାଇବେ ତାକୁ ନେଇ କଲ୍ପନାଜଳ୍ପନା ପ୍ରକାଶ ପାଇଛି। କେତେକ କହୁଛନ୍ତି ଅରୁଣ ଷଡଙ୍ଗୀଙ୍କୁ ଚୟନ କରାଯିବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *

Back to top button