ରୁଷ ତୈଳ ଡିପୋ ଉପରେ ୟୁକ୍ରେନର ଆକ୍ରମଣ

ନୂଆଦିଲ୍ଲୀ : ରୁଷର ଦୁଇଟି ବଡ ତୈଳ ଡିପୋ ଉପରେ ୟୁକ୍ରେନ ରକେଟ ଲଞ୍ଚର ଓ ଡ୍ରୋନରେ ଆକ୍ରମଣ କରଥିବା ଜଣାପଡିଛି।
ଖବର ଅନୁଯାୟୀ ୟୁକ୍ରେନର ଏହି ଆକ୍ରମଣ ଯୋଗୁ ରୁଷକୁ ବଡ ଆର୍ଥିକ କ୍ଷତି ସହିବାକୁ ପଡିଛି। ଏହି କାରଖାନରୁ ରୁଷ ସବୁଠୁ ଅଧିକ ତୈଳ ଉତ୍ପାଦନ କରେ। ତୈଳ ଡିପୋ ଧ୍ୱଂସ ହେବା ପରେ ଉତ୍ପାଦନରେ ବାଧା ସୃଷ୍ଟି ହୋଇଛି। କେବଳ ସେତିକି ନୁହେଁ ଏହାଠାରୁ କିଛି ଦୂରରେ ଥିବା ରିଫଆଇନାରୀ ପ୍ଲାଣ୍ଟରେ ମଧ୍ୟ ୟୁକ୍ରେନ ଡ୍ରୋନ ଆକ୍ରମଣ କରିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ୟୁକ୍ରେନ ବୁଧବାର ରୁଷ ସୀମା ଓ ମସ୍କୋ ଉପରେ ଆକ୍ରମଣ କରୁଥିବା ରୁଷ ଅଭିଯାଗ କରିଥିଲା।