ମଣିପୁର : ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଘଟଣାର ତଦନ୍ତ କରିବ ସିବିଆଇ

ନୂଆଦିଲ୍ଲୀ : ମଣିପୁରରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ବୁଲାଯିବା ସହିତ ଅସଦାଚରଣ ଘଟଣାର ତଦନ୍ତ ସିବିଆଇ କରିବ। କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟ ଏନେଇ ସିବିଆଇକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

ଖବର ଅନ୍ୟଯାୟୀ ମେ ୪ ତାରିଖରେ ଘଟିଥିବା ଏହି ଲଜ୍ଜାଜଣକ ଘଟଣାର ଭିଡିଓ ଜୁଲାଇ ୧୯ରେ ଭାଇରାଲ୍ ହୋଇଥିଲା। ଯେଉଁ ମୋବାଇଲ୍ ଫୋନ‌ରେ ଏହାର ସୁଟିଂ କରାଯାଇଥିଲା ତାହାକୁ ଜବତ କରାଯାଇଛି। ଅନ୍ୟପକ୍ଷରେ ତିନିମାସ ଧରି ହିଂସା ଘଟିଚାଲିଛି। ତେଣୁ ଏହି ମାମଲାର ବିଚାର ଉତ୍ତର-ପୂର୍ବ ରାଜ୍ୟ ମଣିପୁର ବାହାରେ କରିବାକୁ କେନ୍ଦ୍ର ସରକାର ଚାହୁଛନ୍ତି। ସମ୍ଭବତଃ ଆସାମରେ ଏହି ଘଟଣାର ବିଚାର ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମ୍ କୋର୍ଟରେ ଏକ ଆଫିଡେଭିଟ୍ ଦାଖଲ କରାଯିବ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

Back to top button