ଆତଙ୍କବାଦର ପ୍ରଚାର କରୁଥିବା ୧୪ଟି ମୋବାଇଲ ଆପ୍‌ ବ୍ୟାନ

ନୂଆଦିଲ୍ଲୀ : ଆତଙ୍କବାଦୀମାନେ ତଥ୍ୟ ପହଞ୍ଚାଇବା ପାଇଁ ବହୁଳ ବ୍ୟବହାର କରୁଥିବା ୧୪ଟି ମୋବାଇଲ ଆପ୍‌କୁ କେନ୍ଦ୍ର ସରକାର ବ୍ୟାନ କରିଛନ୍ତି। ଜମ୍ମୁ-କଶ୍ମୀରରେ ରହୁଥିବା ସେମାନଙ୍କ ସମର୍ଥକ ଓ ସଦସ୍ୟମାନଙ୍କ ସହ ପାକ୍ ଆତଙ୍କବାଦୀମାନେ ଏସବୁ ଆପ୍‌ ଗୁଡ଼ିକ ଜରିଆରେ ଯୋଗାଯୋଗ କରୁଥିଲେ। ବ୍ୟାନ ମେସେଞ୍ଜର ଆପ୍ଲିକେସନ ଗୁଡ଼ିକ ହେଲା କ୍ରିପଭାଇଜର, ଇନିଗମା, ସେଫସ୍ୱିସ, ୱିକ୍ରମେ, ମିଡିଆଫାୟାର, ବ୍ରିଆର, ବିଚ୍ୟାଟ, ନନ୍ଦବକ୍ସ, କୋନିଅନ, ଆଇଏମଓ, ଏଲିମେଣ୍ଟ, ସେକେଣ୍ଡ ଲାଇନ, ଜାଙ୍ଗି ଓ ଥ୍ରୀମା।

ଖବର ଅନୁଯାୟୀ ପାକିସ୍ତାନରେ ସକ୍ରିୟ ଆତଙ୍କବାଦୀମାନେ ଏସବୁ ଆପ୍‌ଗୁଡ଼ିକ ମାଧ୍ୟମରେ ବିଭିନ୍ନ ପ୍ରକାରର କୋଡ ମେସେଜକୁ ସେମାନଙ୍କ ଓଭରଗ୍ରାଉଣ୍ଡ ସଦସ୍ୟ ଓ ଅନ୍ୟ ସମର୍ଥକମାନଙ୍କ ପାଖକୁ ପଠାଉଥିଲେ। ଜମ୍ମୁ-କଶ୍ମୀରେ ଏହାକୁ ଅଧିକ ମାତ୍ରାରେ ବ୍ୟବହାର କରାଯାଉଥିଲା। ସୁରକ୍ଷାକର୍ମୀମାନେ ଦୀର୍ଘଦିନ ହେଲାଣି ଏସବୁ ଯୋଗାଯୋଗ ମାଧ୍ୟମ ଉପରେ ନଜର ରଖିଥିଲେ। ତଦନ୍ତ ବେଳେ ଜଣାପଡ଼ିଥିଲା ଆପ୍‌ଗୁଡ଼ିକର କୌଣସି ପ୍ରତିନିଧି ଭାରତରେ ନାହାନ୍ତି। ତେଣୁ ଆପ୍‌ଗୁଡ଼ିକରେ ହେଉଥିବା କଥାବାର୍ତ୍ତାକୁ ଟ୍ରାକ୍‌ କରିବା ସୁରକ୍ଷାକର୍ମୀଙ୍କ ପାଇଁ ଥିଲା ଚ୍ୟାଲେଞ୍ଜ। ତେଣୁ ଗୁଇନ୍ଦା ବିଭାଗ ସହାୟତାରେ ଆତଙ୍କବାଦୀମାନେ ବ୍ୟବହାର କରୁଥିବା ଆପ୍‌ଗୁଡ଼ିକର ତାଲିକା ପ୍ରସ୍ତୁତ କରାଯାଇଥିଲା।

Leave a Reply

Your email address will not be published. Required fields are marked *

Back to top button