କାର୍‌ କାଚ ଭଙ୍ଗାକୁ ନେଇ ହଣାକଟା

ବ୍ରହ୍ମପୁର : ସହରର ହିଲପାଟଣା ଛକରେ ଗତକାଲି ରାତିରେ ଘଟିଛି ଅଭାବନୀୟ ଘଟଣା। କାର୍‌ କାଚ ଭଙ୍ଗାକୁ ନେଇ ବଚସା ଓ ପରେ ହଣାକଟା ପର୍ଯ୍ୟନ୍ତ କଥା ଯାଇଥିଲା। ଏହି ଘଟଣାରେ ୩ ଜଣ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ବେଳେ ୩ ଜଣଙ୍କୁ ପୋଲିସ ଗିରଫ କରିଥିବା କୁହାଯାଉଛି।

ଖବର ଅନୁଯାୟୀ ବୁଧବାର ବିଳମ୍ବିତ ରାତିରେ ହିଲପାଟଣା ତୃତୀୟ ଲାଇନ୍ ଛକରେ ସମ୍ପର୍କ ଟ୍ରାଭେଲ୍ସର କିଛି ଗାଡ଼ି ଛିଡ଼ା ହୋଇଥିଲା। ଏହି ସମୟରେ ହିଲପାଟଣା ଅଞ୍ଚଳର ମୁକେଶ ସାହୁ ଓ ଦୁଇ ସହଯୋଗୀ ପହଞ୍ଚି କାର୍‌ କାଚକୁ ଭାଙ୍ଗିଥିଲେ। ଟ୍ରାଭେଲ୍ସ ମାଲିକ କୁମୁଦ ରଞ୍ଜନ ବ୍ରହ୍ମା, ଗାଡ଼ି ଡ୍ରାଇଭର ସୁଦର୍ଶନ ଦାସ ଓ ହରିହରି ପାଣିଗ୍ରାହୀ ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ପରେ ମୁକେଶ ସାହୁ ଓ ତାଙ୍କ ସହଯୋଗୀ ଅପର ପକ୍ଷଙ୍କୁ ଖଣ୍ଡାରେ ହାଣିବାରୁ କୁମୁଦ ରଞ୍ଜନଙ୍କ ସମେତ ୩ ଜଣ ରାସ୍ତାରେ ପଡ଼ି ଛଟପଟ ହେଉଥିବା ବେଳେ ସ୍ଥାନୀୟ ଲୋକେ ପୋଲିସ୍‌କୁ ଖବର ଦେଇଥିଲେ। ପୋଲିସ ସେଠାରେ ପହଞ୍ଚି ଗୁରୁତରଙ୍କୁ ଏମକେସିଜିରେ ଭର୍ତ୍ତି କରି ଅଭିଯୁକ୍ତଙ୍କୁ ଖୋଜାଖୋଜି କରୁଛି।

Leave a Reply

Your email address will not be published. Required fields are marked *

Back to top button