ବଡପରଦାରେ ରିଲିଜ ହେଲା ଶାହାରୁଖଙ୍କ ଯବାନ

ମୁମ୍ବାଇ : ବଲିଉଡ ଅଭିନେତା ସାହାରୁଖଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଜୱାନ’ ବଡ ପରଦାରେ ଦେହିବାକୁ ମିଳିଛି। ପ୍ରଥମ ଦିନରେ ଶୋ’ଦେଖିବାକୁ ହଲରେ ହୋଇଛି ଦର୍ଶକଙ୍କ ଭିଡ଼। କେଉଁଠି ପ୍ରଶଂସକମାନେ ସାହାରୁଖଙ୍କ ଉପରେ କ୍ଷୀର ଢାଳି ଖୁସି ମନାଉଥିବା ବେଳେ ଅନ୍ୟ କେଉଁଠି ସିନେମା ହଲ ଆଗରେ ଡିଜେ ବଜାଇ ନାଚିଛନ୍ତି।

ଖବର ଅନୁଯାୟୀ ପଠାନ ପରି ଶାହାରୁଖ ଏହି ଫିଲ୍ମ ଅଗ୍ରୀମ ଟିକେଟ ବୁକିଂରେ ରେକର୍ଡ କରିଛି। ଫିଲ୍ମ ଦେଖିବା ପାଇଁ ସାଢେ ୫ ଲକ୍ଷରୁ ଅଧିକ ଅଗ୍ରୀମ ଟିକେଟ ବୁକିଂ ହୋଇଥିବା ବେଳେ ଦେଶର ୫ ହଜାର ହଲରେ ଫିଲ୍ମ ରିଲିଜ ହୋଇଛି। ମୁମ୍ବାଇ ଭଳି କିଛି ସ୍ଥାନରେ ସକାଳ ୬ଟାରୁ ଆରମ୍ଭ ହୋଇଛି ସୋ। ଫିଲ୍ମରେ ଡ୍ରାମା ସହ ରହିଛି ଜବରଦସ୍ତ ଆକ୍ସନ। ୬ ଜଣ ମହିଳାଙ୍କୁ ନେଇ ସାହାରୁଖ ବନାଇଥିବା ଏକ ଗ୍ୟାଙ୍ଗ୍ ମୁମ୍ବାଇର ମେଟ୍ରୋ ଟ୍ରେନକୁ ହାଇଜାକ କରିନେଇଛନ୍ତି। ଶାହାରଖୁଙ୍କ ବ୍ୟତୀତ ଫିଲ୍ମରେ ହିରୋଇନ ନୟନତାରା ଜଣେ ପୋଲିସ ଅଫିସର ଭୂମିକାରେ ନଜର ଆସିଛନ୍ତି। ପରେ ତାଙ୍କର ଶାହାରୁଖ ସହ ପ୍ରେମ ହୋଇଯାଇଛି। ଜୱାନ ଆଗାମୀ ଦିନରେ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବାର ଅଛି। ଏହା ପୂର୍ବରୁ ବକ୍ସ ଅଫିସରେ ଫିଲ୍ମ ୫୦୦ କୋଟି ଆୟ କରିବ ବୋଲି ଆଶା ରଖିଛନ୍ତି ଶାହାରୁଖଙ୍କ ପ୍ରସଂଶକ।

Leave a Reply

Your email address will not be published. Required fields are marked *

Back to top button