ଭିଜିଲାନ୍ସ ଜାଲରେ ଆଇଆଇସି ଓ ମହିଳା ଏଏସ୍‌ଆଇ

କୋରାପୁଟ : କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନା ଆଇଆଇସି ଚନ୍ଦ୍ରଭାନୁ ମହାନ୍ତି ଓ ମହିଳା ଏଏସ୍‌ଆଇ ଦୀପିକା ହୀରାଙ୍କୁ ଲାଞ୍ଚ ମାମଲାରେ ଧରିଛି।

ଖବର ଅନୁଯାୟୀ ଶୁକ୍ରବାର ଚନ୍ଦ୍ରଭାନୁ ମହାନ୍ତି ଓ ମହିଳା ଏଏସ୍‌ଆଇ ଦୀପିକା ହୀରା ଏକ ମାମଲାର ରଫାଦଫା କରିବା ପାଇଁ ଅଭିଯୋଗକାରୀଙ୍କୁ ୧୩ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ବାବଦରେ ପୂର୍ବରୁ ୫ ହଜାର ଟଙ୍କା ନେଇ ସାରିଥିଲେ। ବାକି ୮ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ଘଟଣାସ୍ଥଳରେ ଚଢ଼ଉ କରି ଲାଞ୍ଚ ଟଙ୍କା ଜବତ କରିଛନ୍ତି। ଏହି ଲାଞ୍ଚ କାରବାରରେ ଥାନାର ଆଉ କେହି କର୍ମଚାରୀ ସଂପୃକ୍ତ ଅଛନ୍ତି ନା ନାହିଁ ସେ ନେଇ ଭିଜିଲାନ୍ସ ଅଧିକାରୀମାନେ ଯାଞ୍ଚ କରୁଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button