ସମୂହ ଛୁଟିରେ ଅମଲା, ରାଜ୍ୟବ୍ୟାପୀ ସରକାର କାର୍ଯ୍ୟ ଠପ୍‌

ଭୁବନେଶ୍ଵର : ଜିଲ୍ଲାସ୍ତରୀୟ କନିଷ୍ଠ ସହାୟକଙ୍କ ପ୍ରବେଶିକା ଦରମା ହାର ଲେଭଲ-୪ରୁ ଲେଭଲ-୯କୁ ବୃ୍‌ଦ୍ଧି ସହ ୪୨୦୦ଟଙ୍କାର ଗ୍ରେଡ୍ ପେ’ ଦାବି କରି ଅମଲାମାନେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆଜିଠାରୁ ସେମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମୂହ ଛୁଟିରେ ଯିବାରୁ ବିଭିନ୍ନ ସରକାରୀ ଅଫିସରେ କାର୍ଯ୍ୟ ଠପ୍ ହୋଇଯାଇଛି।

ଖବର ଅନୁଯାୟୀ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କନିଷ୍ଠ ସହାୟକମାନେ ନିଜର ଗ୍ରେଡ ପେ’କୁ ୧୯୦୦ରୁ ୪୨୦୦ଟଙ୍କାକୁ ବୃଦ୍ଧି ଦାବିରେ ଧାରଣାରେ ବସିଛନ୍ତି। ଓଡ଼ିଶା ମିନିଷ୍ଟ୍ରିଆଲ ଅଫିସର୍ସ ଆସୋସିଏସନ୍ ମଧ୍ୟ ବେତନ ହାର- ଲେଭଲ ୯ ସହ ଗ୍ରେଡ୍ ପେ’ ଦାବି କରିଛି। କର୍ମଚାରୀମାନେ ସମୂହ ଛୁଟିରେ ଯାଇଥିବାରୁ ଜିଲ୍ଲାସ୍ତରରେ ଅଧିକାଂଶ ଅଫିସରେ ସରକାରୀ କାର୍ଯ୍ୟ ବନ୍ଦ ହୋଇଯାଇଛି।

ଗତ ଏପ୍ରିଲ ମାସରେ କର୍ମଚାରୀ ସଂଘ ରାଜ୍ୟ ସରକାରଙ୍କ ପାଖରେ ନିଜର ଦାବି ରଖିଥିଲା। ମେ’ ୨୨ରୁ ୩୧ତାରିଖ ପର୍ଯ୍ୟନ୍ତ ଜିଲ୍ଲାସ୍ତରରେ ଅମଲାମାନେ କଳାବ୍ୟାଚ୍ ପିନ୍ଧି ପ୍ରତିବାଦ କରିଥିଲେ। ରାଜ୍ୟ ସରକାର ସେଥିପ୍ରତି ଦୃଷ୍ଟି ନଦେବାରୁ ସେମାନେ ଆଜିଠାରୁ ସମୂହ ଛୁଟିରେ ଯାଇଛନ୍ତି। ଯେପର୍ଯ୍ୟନ୍ତ ରାଜ୍ୟ ସରକାର ଦାବିକୁ ଗ୍ରହଣ କରିନାହାନ୍ତି ଆନ୍ଦୋଳନ ପ୍ରତ୍ୟାହାର କରାଯିବାର ପ୍ରଶ୍ନ ଉଠୁନି। ଆବଶ୍ୟକ ପଡ଼ିଲେ ରାଜଧାନୀ ଭୁବନେଶ୍ୱର ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରାଯିବ ବୋଲି ଜିଲ୍ଲାସ୍ତରୀୟ ମିଳିତ ଅମଲା ମଂଚର ଅଧ୍ୟକ୍ଷ ନାରାୟଣ ଦାଶ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button