ସ୍ୱାମୀଙ୍କ ବିରୋଧରେ ସଂଘାତିକ ଅଭିଯୋଗ ଆଣିଲେ ଏସଡିଏମ ଜ୍ୟୋତି

ପ୍ରୟାଗରାଜ : ଏସଡିଏମ୍ ଜ୍ୟୋତି ମୌର୍ଯ୍ୟ ମୌର୍ଯ୍ୟ ତାଙ୍କ ସ୍ୱାମୀଙ୍କ ବିରୋଧରେ ଆଣିଛନ୍ତି ସାଂଘାତିକ ଅଭିଯୋଗ। ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି।

ଖବର ଅନୁଯାୟୀ ସବଡିଭିଜନାଲ ମାଜିଷ୍ଟ୍ରେଟ୍ ଜ୍ୟୋତି ମୌର୍ଯ୍ୟଙ୍କ ଅଭିଯୋଗ ଶାଶୁଘର ଲୋକେ ତାଙ୍କୁ ଏକ ଫର୍ଚୁନର କାର ପାଇଁ ଦାବି କରୁଥିଲେ। ଏଥିସହ ଦେଉଥିଲେ ନାନାଦି ନିର୍ଯାତନା। ତାଙ୍କ ହ୍ୱାଟ୍ସଆପ୍ କ୍ଲୋନ୍ ବନାଇବା ସହ ମୋବାଇଲରେ ତାଙ୍କ ଅଶ୍ଳିଳ ଭିଡିଓ ବନାଇ ତାଙ୍କୁ ବ୍ଲାକମେଲ କରୁଥିଲେ ବୋଲି ଦର୍ଶାଇଛନ୍ତି। ଇତି ମଧ୍ୟରେ ସ୍ୱାମୀ ଆଲୋକଙ୍କ ବିରୋଧରେ ଜ୍ୟୋତି ପୟାଗରାଜ ଧୁମନଗଞ୍ଜ ଥାନାରେ ଫେରାଦ ହୋଇଛନ୍ତି। ପୋଲିସ ଅଭିଯୋଗର ସତ୍ୟତା ପ୍ରମାଣ କରିବାକୁ ଅଧିକ ସାକ୍ଷୀଙ୍କ ବୟାନ ରେକର୍ଡ କରିବାକୁ କହିଛି।

ଅନ୍ୟପକ୍ଷରେ ଜ୍ୟୋତିଙ୍କ ସ୍ୱାମୀ ଓ ଶ୍ୱଶୁର ଅଭିଯୋଗ କରିଛନ୍ତି ବିବାହ ବେଳେ ଜ୍ୟୋତି କିଛି ନକରି ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ। ତାଙ୍କ ପାଇଁ ସ୍ୱାମୀ ଅନେକ କଷ୍ଟ ସହିଥିଲେ ମଧ୍ୟ ସଫଳତା ପରେ ସମସ୍ତଙ୍କୁ ଜ୍ୟୋତି ଭୁଲିଯାଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button