ୟୁରିଆ ସାରର ମୂଲ୍ୟ ବୃଦ୍ଧି ନକରିବାକୁ କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି
![ୟୁରିଆ ସାରର ମୂଲ୍ୟ ବୃଦ୍ଧି ନକରିବାକୁ କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି 1 janatakhabar.in](https://janatakhabar.in/wp-content/uploads/2023/10/anurag-thakur-0.jpg)
ନୂଆଦିଲ୍ଲୀ : କୃଷକମାନଙ୍କୁ ସାର ସବସିଡି ପ୍ରଦାନ ଜାରି ରହିବ। ୟୁରିଆ ସାର ଉପରେ ଗୋଟିଏ ପଇସା ବଢିବ ନାହିଁ ବୋଲି କହିଛନ୍ତି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର।
ଖବର ଅନୁଯାୟୀ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବସିଥିଲା କେନ୍ଦ୍ର କ୍ୟାବିନେଟ୍ ବୈଠକ। ଏଥିରେ କୃଷକମାନଙ୍କ ପାଇଁ କେତେକ ବଡ଼ ନିଷ୍ପତ୍ତି ନିଆଯାଇଛି। ଏ ସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର। ସେ କହିଛନ୍ତି କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି ହୋଇଛି ସାର ଦରକୁ ପ୍ରଭାବିତ ହେବାକୁ ଦିଆଯିବ ନାହିଁ। ଏନବିଏସ ଅଧୀନରେ ଚାଷୀଙ୍କୁ ରିହାତି ମୂଲ୍ୟରେ ସାର ମିଳିବା ଜାରି ରହିବ। ୟୁରିଆର ମୂଲ୍ୟ ଗୋଟିଏ ପଇସା ବଢିବ ନାହିଁ । ଏହାଛଡା ଉତ୍ତରାଖଣ୍ଡର ଜାମରାଣୀ ଡ୍ୟାମ ବହୁମୁଖୀ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା-ତ୍ୱରିତ ଜଳସେଚନ ସୁବିଧା କାର୍ଯ୍ୟକ୍ରମ (ପିଏମକେଏସୱାଇ-ଏଆଇବିପି) ଅଧୀନରେ ଅନ୍ତର୍ଭୁକ୍ତ କରିବାକୁ କ୍ୟାବିନେଟ୍ ଅନୁମୋଦନ କରିଛି। ଯାହାଫଳରେ ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶ ଉପକୃତ ହେବେ। ସେ କହିଛନ୍ତି ଅନ୍ତର୍ଜାତୀୟ ବଜାରରେ ଦର ବୃଦ୍ଧି ଦେଶର କୃଷକମାନଙ୍କୁ ପ୍ରଭାବିତ କରିବ ନାହିଁ। ରବି ଋତୁ ପାଇଁ ପୋଷକ ତତ୍ତ୍ୱ ଭିତ୍ତିକ ସବସିଡି ଯୋଗାଇ ଦିଆଯିବ।