ମାଟ୍ରିକ ପରୀକ୍ଷା ଅନ୍‌ଲାଇନ୍‌ ଫର୍ମ ପୂରଣ ଅବଧି ବଢ଼ିଲା

କଟକ : ମାଟ୍ରିକ ପରୀକ୍ଷା ଅନ୍‌ଲାଇନ୍‌ ଫର୍ମ ପୂରଣ ଅବଧି ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ଏହାପରେ ଆଉ ଅବଧି ବଢ଼ିବନି ବୋଲି ଶନିବାର ସ୍ପଷ୍ଟ କରିଛି ମାଧ୍ୟମିକ ଶିକ୍ଷା ପରିଷଦ।

ଖବର ଅନୁଯାୟୀ ଆସନ୍ତା ଫେବୃଆରୀ ୨୦ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୪ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ମାଟ୍ରିକ୍‌ ସହ ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ମଧ୍ୟ ହେବ। ମାର୍ଚ୍ଚ ୧୨ରୁ ଖାତାଦେଖା। ଏହି ପ୍ରକ୍ରିୟା ଅତିକମ୍‌ରେ ୧୨ ଦିନ ଚାଲିବ।

ସୂଚନାଯୋଗ୍ୟ ଆଗାମୀ ମାଟ୍ରିକ୍‌ ପରୀକ୍ଷାର ଢାଞ୍ଚା ପରିବର୍ତ୍ତନ କରାଯିବା ନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବ ପରି ବର୍ଷ ଶେଷକୁ ଗୋଟିଏ ବୋର୍ଡ ପରୀକ୍ଷା ହେବ ବୋଲି କୁହାଯାଇଥିଲା । ପୂର୍ବରୁ ହେଉଥିବା ୨ଟି ସମ୍ମେଟିଭ ପରୀକ୍ଷା ଆଉ ହେବନାହିଁ । ଏବେ କେବଳ ଦଶମରେ ବାର୍ଷିକ ପରୀକ୍ଷା ହିଁ ହେବ। ପୂର୍ବରୁ ହେଉଥିବା ଇଣ୍ଟରନାଲ୍ ଆସେସ୍‌ମେଣ୍ଟ ପରୀକ୍ଷା ଚାଲୁ ରହିବ। ଏହି ପରୀକ୍ଷା ୪ଟି କ୍ୱାର୍ଟରରେ ହେବ। ନବମ ପାଇଁ ବାର୍ଷିକ ପରୀକ୍ଷା ହେବ। ବୋର୍ଡ ଯୋଗାଇବ ପ୍ରଶ୍ନପତ୍ର। କରୋନା ପରେ ପୁଣି ପୁରୁଣା ପଦ୍ଧତିରେ ପରୀକ୍ଷା କରିବାକୁ ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

Leave a Reply

Your email address will not be published. Required fields are marked *

Back to top button