ପ୍ରେମିକା ଘରେ ପ୍ରେମିକର ମୃତଦେହ

ଭୁବନେଶ୍ଵର : ପ୍ରେମିକା ଘରୁ ମିଳିଲା ପ୍ରେମିକର ମୃତଦେହ। ରାଜଧାନୀ ଉପକଣ୍ଠ ଧଉଳି ଥାନା ଅନ୍ତର୍ଗତ ଶିଶୁପାଳଗଡ଼ରେ ଏହି ଘଟଣା ଘଟିଛି। ମୃତକର ନାଁ ପପୁନି ସ୍ୱାଇଁ। ଘର ନିମାପଡ଼ା ଅଞ୍ଚଳରେ ବୋଲି ଜଣାପଡିଛି।

ଖବର ଅନୁଯାୟୀ ପପୁନି ପିଏଚଡିରେ ମିସ୍ତ୍ରୀ ଭାବେ କାମ କରୁଥିଲେ। ଶିଶୁପାଳଗଡ଼ର ଯୁବତୀଙ୍କ ସହିତ ତାଙ୍କର ଥିଲା ୭ ବର୍ଷର ପ୍ରେମ ସଂପର୍କ। ଅନେକ ସମୟରେ ପପୁନି ଯୁବତୀଙ୍କ ଘରକୁ ଆସୁଥିଲେ। ହେଲେ ଗତକାଲି କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ପପୁନି ଓଢଣୀ ଲଗାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିବାରୁ ଯୁବତୀ ତାଙ୍କୁ ଉଦ୍ଧାର କରିଥିବା ପୋଲିସକୁ କହିଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇନାହିଁ। ମଙ୍ଗଳବାର ସକାଳେ ଧଉଳି ପୋଲିସ ଶବକୁ ଜବତ କର ବ୍ୟବଚ୍ଛେଦ ପାଇଁ ପଠାଇଛି। ସାଇଣ୍ଟିଫିକ୍ ଟିମ୍ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button