ବିବାହ ପାଇଁ ଅରାଜି ହେବାରୁ ପ୍ରେମିକାକୁ ହତ୍ୟା

ନୂଆଦିଲ୍ଲୀ : ପ୍ରେମ ବ୍ୟାପାରକୁ ନେଇ ରାଜଧାନୀ ଦିଲ୍ଲୀରେ ହତ୍ୟାକାଣ୍ଡ। ବିବାହ ପାଇଁ ଅରାଜି ହେବାରୁ ପାର୍କରେ ପ୍ରେମିକାକୁ ଲୁହା ରଡରେ ପିଟି ହତ୍ୟା କରିଛି ପ୍ରେମିକ।

ଖବର ଅନୁଯାୟୀ ଦିଲ୍ଲୀର ଏକ କୋଚିଂ ସେଣ୍ଟରରେ ଷ୍ଟେନୋ କ୍ଲାସ୍ କରୁଥିବା ନର୍ଗିସ୍ ଓ ଇରଫାନ୍ ନାମକ ଜଣେ ଯୁବକଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଇରଫାନ୍ ଅନଲାଇନ୍ ଫୁଡ୍ ଡେଲିଭର୍ କମ୍ପାନୀରେ ଡେଲିଭରୀ ବଏ ଭାବେ କାର୍ଯ୍ୟକରେ। ଏହି ସମ୍ପର୍କକୁ ନର୍ଗିସଙ୍କ ପରିବାର ଲୋକ ଗ୍ରହଣ କରୁନଥିଲେ। ତେଣୁ ବିବାହ ପାଇଁ ମନା କରିଦେଇଥିଲେ। ଫଳରେ ନର୍ଗିସ କିଛିଦିନ ହେବ ଇରଫାନଙ୍କ ସହ କଥା ହେବା ବନ୍ଦ କରି ଦେଇଥିଲେ। ଆଜି ନର୍ଗିସ ରାସ୍ତାରେ ଯାଉଥିବା ବେଳେ ଇରଫାନ୍ ତାଙ୍କୁ ଅଟକାଇ ପାର୍କକୁ ନେଇଥିଲା।

ସେଠାରେ ବିବାହ କଥା ଉଠିଥିଲା। ହେଲେ ପରିବାର ଲୋକେ ରାଜି ହେଉନଥିବା ନର୍ଗିସ୍ କହିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେବାରୁ ଇର୍ଫାନ୍ ଏକ ଲୁହା ରଡରେ ନର୍ଗିସଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ପୋଲିସ ମୃତଦେହ ଜବତ କରି ଅଭିଯୁକ୍ତକୁ ଗିରଫ କରିଛି।

Leave a Reply

Your email address will not be published. Required fields are marked *

Back to top button