କଂଗ୍ରେସର ବିକ୍ଷୋଭ : ପିସିସି ସଭାପତିଙ୍କୁ ଉଠାଇନେଲା ପୋଲିସ

ଭୁବନେଶ୍ଵର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ନେଇ ରାଜଧାନୀର ଏଜି ଛକରେ କଂଗ୍ରେସ ପକ୍ଷରୁ ଚାଲିଥିବା ବିକ୍ଷୋଭ ବେଳେ ପୋଲିସ ପିସିସି ସଭାପତି ଶରତ ପଟ୍ଟନାୟକ ଓ wବିଧାୟକ ସୁର ରାଉତରାୟଙ୍କୁ ଉଠାଇନେଇଛି।

ଖବର ଅନୁଯାୟୀ କଂଗ୍ରେସର ଏସି, ଏସଟି , ଓବିସି ଓ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ଏଜି ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଧାନସଭା ଘେରାଉ ପାଇଁ କଂଗ୍ରେସ ପକ୍ଷରୁ କରାଯାଇଥିଲା ଉଦ୍ୟମ। ଏହି ସମୟରେ କଂଗ୍ରେସ କର୍ମୀମାନଙ୍କ ସହ ପୋଲିସର ଧସ୍ତାଧସ୍ତି ହେବାପରେ ଧାରଣାସ୍ଥଳରୁ କମିସନରେଟ ପୋଲିସ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଓ ବିଧାୟକ ସୁର ରାଉତରାୟଙ୍କୁ ଉଠାଇ ନେଇଛି।

ରାହୁଲ ଗାନ୍ଧୀଙ୍କ ସଂସଦ ପଦ ରଦ୍ଦ ନେଇ ମୋଦୀ ସରକାରଙ୍କ ବିରୋଧରେ କଂଗ୍ରେସ ଧାରଣା ଦେଇଥିଲା। ଧାରଣାସ୍ଥଳରେ କଂଗ୍ରେସ କର୍ମୀ କହିଛନ୍ତି ଭାରତ ବର୍ଷରେ ଗଣତନ୍ତ୍ର ସୁରକ୍ଷିତ ନୁହେଁ। ସମ୍ବିଧାନ ଭାଙ୍ଗିବାକୁ ନରେନ୍ଦ୍ର ମୋଦୀ ଉଦ୍ୟମ କରୁଛନ୍ତି। ରାହୁଲଙ୍କ ମାଇକ ବନ୍ଦ କରି ତାଙ୍କୁ ନୁହେଁ ବରଂ ସାଂସଦଙ୍କୁ ମ୍ୟୁଟ କରିଛନ୍ତି ମୋଦୀ। ଆଦାନୀଙ୍କୁ ୨୦ ହଜାର କୋଟି ଟଙ୍କାର ହିସାବ ମାଗିବାରୁ ତାଙ୍କ ସଭ୍ୟ ପଦ ରଦ୍ଦ କରିଛନ୍ତି ଓ ବାସଭବନ ଛଡ଼ାଇ ନିଆଯାଇଛି। ଯେଉଁଭଳି ସୁରଟରେ ପହଞ୍ଚାଇ ୧୧ ମିନିଟ ମଧ୍ୟରେ ସଭ୍ୟ ପଦ ରଦ୍ଦ କରିଛନ୍ତି ତାହା ପ୍ରମାଣ କରୁଛି ମୋଦୀ ରାହୁଲଙ୍କୁ ଭୟ କରୁଛନ୍ତି।

Leave a Reply

Your email address will not be published. Required fields are marked *

Back to top button