୩୦ରେ ପିପିଲି ଉପନିର୍ବାଚନ : ଲାଗୁ ହେଲା ଆଚରଣ ବିଧି

ଭୁବନେଶ୍ୱର : ଚଳିତମାସ ୩୦ ତାରିଖରେ ପିପିଲି ଉପନିର୍ବାଚନ। ଅକ୍ଟୋବର ୩ରେ ହେବ ଭୋଟ ଗଣତି। ଏହି ଉପନିର୍ବାଚନ ପାଇଁ ଆଜିଠାରୁ ନିର୍ବାଚନ ଆଚରଣବିଧି ଲାଗୁ ହୋଇଛି। ନିର୍ବାଚନ କମିଶନଙ୍କ ଘୋଷଣା ଅନୁଯାୟୀ ପିପିଲି ସହିତ ପଶ୍ଚିମବଙ୍ଗର ୩ଟି ଆସନରେ ମଧ୍ୟ ଉପନିର୍ବାଚନ ହେବ।

ପିପିଲି ଉପନିର୍ବାଚନ ଲାଗି ୧୦ ଜଣଙ୍କ ପ୍ରାର୍ଥିପତ୍ର କାଏମ୍ ରହିଛି। ସେମାନଙ୍କ ମଧ୍ୟରେ ୩ ପ୍ରମୁଖ ଦଳ ବିଜେପି, କଂଗ୍ରେସ ଓ ବିଜେଡି ହେଉଛନ୍ତି। ବିଜେପିରୁ ଆଶ୍ରିତ ପଟ୍ଟନାୟକ, କଂଗ୍ରେସରୁ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ଓ ବିଜେଡିିରୁ ରୁଦ୍ର ପ୍ରତାପ ମହାରଥୀ ପ୍ରାର୍ଥୀ ହୋଇଛନ୍ତି। ୩ ସ୍ୱାଧୀନ ପ୍ରାର୍ଥୀଙ୍କୁ ମିଶାଇ ଅନ୍ୟାନ୍ୟ ଦଳରୁ ୭ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର କାଏମ୍ ରହିଛି। ଆସନ୍ତା ୨୦ ତାରିଖରୁ ନିର୍ବାଚନ ପ୍ରଚାର କରିବାକୁ ଅନୁମତି ମିଳିଛି। ୯ ଦିନ ପାଇଁ ହେବ କ୍ୟାମ୍ପେନିଂ। ଷ୍ଟାର କ୍ୟାମ୍ପେନର ତାଲିକା ୨୦ରେ ସୀମିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବ ବେଳେ ରୋଡ୍ ଶୋ, ବାଇକ୍ ଓ ସାଇକେଲ ରାଲିକୁ ମନା କରାଯାଇଛି। ଡୋର୍ ଟୁ ଡୋର୍ କ୍ୟାମ୍ପେନ୍ ବେଳେ ପ୍ରାର୍ଥୀଙ୍କ ସହ ୫ ଜଣଙ୍କୁ ଅନୁମତି ମିଳିଛି।

Leave a Reply

Your email address will not be published. Required fields are marked *

Back to top button