କିଆରା ଆଡଭାନୀଙ୍କ ଅଭିନୟକୁ ପ୍ରଶଂସା

ମୁମ୍ଵାଇ : ବଲିଉଡ ଅଭିନେତ୍ରୀ କିଆରା ଆଡ଼ଭାନିଙ୍କ ଫିଲ୍ମ ‘ଜରା ହଟ୍‌କେ ଜରା ବଚ୍‌କେ’ ପରେ ଏବେ ‘ସତ୍ୟପ୍ରେମ କି କଥା’। ଏହା ମଧ୍ୟମ-ବଜେଟ୍‌ ଫିଲ୍ମ। ଏଥିରେ ଖର୍ଚ୍ଚ ହୋଇଥିବା ଅର୍ଥ ଭରଣା ହୋଇଯିବ ବୋଲି ଚର୍ଚ୍ଚା ହେଉଛି। ଇଣ୍ଟର୍‌ନେଟ୍‌ ୟୁଜର୍‌ କିଆରା ଆଡ଼ଭାନିଙ୍କ ପ୍ରଦର୍ଶନକୁ ଖୁବ୍‌ ପ୍ରଶଂସା କରୁଛନ୍ତି।

ଖବର ଅନୁଯାୟୀ ଫିଲ୍ମର କାହାଣୀ ବର୍ତ୍ତମାନ ସମାଜରେ ଦେଖାଯାଉଥିବା ସମ୍ବେଦନଶୀଳ ବିଷୟ ଡେଟ୍‌ ରେପ୍‌ ଓ ତା’ପରର ସ୍ଥିତି ଉପରେ ପର୍ଯ୍ୟବସିତ। କିଆରାଙ୍କ ପ୍ରଦର୍ଶନ ଜୋରଦାର ହୋଇଛି। ସେ ସେ ପିଡୀତାଙ୍କ ସ୍ୱର ପାଲଟିଛନ୍ତି। ସତ୍ୟକୁ ସାହସର ସହ ପରଦାରେ ବର୍ଣ୍ଣନା କରି ଫିଲ୍ମ ଜରିଆରେ ସମାଜକୁ ବାର୍ତ୍ତା ଦେଇଛନ୍ତି। ଯେଉଁଥିପାଇଁ ତାଙ୍କୁ ସୋସିଆଲ ମିଡିଆରେ ପ୍ରଶଂସା କରାଯାଇଛି।

କେବଳ ସେତିକି ନୁହେଁ କିଆରାଙ୍କ ଭାବନାତ୍ମକ ଦୃଶ୍ୟ ଓ ଅଭିନୟ ଦକ୍ଷତାକୁ ଖୁବ୍‌ ତାରିଫ କରୁଛନ୍ତି ୟୁଜର୍‌। ଏହାକୁ ସମ୍ପୂର୍ଣ୍ଣ ରୂପେ କିଆରାଙ୍କ ଫିଲ୍ମ ବୋଲି ମଧ୍ୟ ସମ୍ବୋଧନ କରିଛନ୍ତି। ଫିଲ୍ମରେ କିଆରାଙ୍କ ଅପୋଜିଟ୍‌ରେ ମୁଖ୍ୟ ନାୟକ ଭୂମିକାରେ ରହିଛନ୍ତି କାର୍ତ୍ତିକ ଆର୍ଯ୍ୟନ। ତାଙ୍କୁ ମଧ୍ୟ ଏହି ଫିଲ୍ମରେ ଅଭିନୟ ପାଇଁ ଫ୍ୟାନ୍‌ ପସନ୍ଦ କରୁଛନ୍ତି।

Leave a Reply

Your email address will not be published. Required fields are marked *

Back to top button