ବଲିଉଡ ଫିଲ୍ମ ‘ଫାଇଟର’ର ପ୍ରଥମ ଗୀତ ରିଲିଜ

ମୁମ୍ବାଇ : ଜାନୁଆରୀ ୨୫ ତାରିଖରେ ରିଲିଜ ଫିଲ୍ମ ‘ଫାଇଟର’ ହେବ। ଏହି ବଲିଉଡ ସିନେମାର ପ୍ରଥମ ଗୀତ ରିଲିଜ ହୋଇଛି। ଟି-ସିରିଜ ପକ୍ଷରୁ ରିଲିଜ ଗୀତର ଟାଇଟଲ ରହିଛି ‘ସେର୍ ଖୁଲଗଏ’। ଗୀତ ରିଲିଜର ମାତ୍ର କେଇଘଣ୍ଟା ମଧ୍ୟରେ ଏହାକୁ ଏକ ମିଲିୟନରୁ ଅଧିକ ଦର୍ଶକ ଦେଖିସାରିଲେଣି।

ଖବର ଅନୁଯାୟୀ ଫିଲ୍ମ ‘ଫାଇଟର’ ଜରିଆରେ ବଡ ପରଦାରେ ପ୍ରଥମ ହ୍ରିିତିକ ରୋଶନ ଓ ଦୀପିକା ପାଦୁକୋନକୁ ଦେଖିବାକୁ ମିଇବ। ଏ ଦୁଇଙ୍କ ବ୍ୟତୀତ ଅନୀଲ କାପୁର ମଧ୍ୟ ଏହି ଫିଲ୍ମରେ ସ୍ୱତନ୍ତ୍ର ଭୂମିକାରେ ନଜର ଆସବେ। ଏହାଛଡା ଫିଲ୍ମ ‘ଫାଇଟର’ ଭାରତୀୟ ବାୟୁସେନାର ବୀରତ୍ୱ କାହାଣୀ କହିବା ସହିତ ମନୋରଂଜନର ଖୋରାକ ପାଇଁ ରୋମାନ୍ସ, ଆକ୍ସନ ଓ ଡ୍ରାମାକୁ ସ୍ଥାନ ଦିଆଯାଇଛି। ହ୍ରିତିକ ରୋଶନ ବାୟୁସେନା ସ୍କ୍ୱାର୍ଡନ ଲିଡର ଶମସେର ପଠାନିଆ ଭୂମିକାରେ ଓ ସହଯୋଗୀ ମିନଲ ଭୂମିକାରେ ଦୀପିକା ନଜରକୁ ଆସିବେ।

ସେହିପରି ଗ୍ରୁପ୍ କ୍ୟାପ୍ଟେନ ରାକେଶ ଜୟ ସିଂଙ୍କ ଭୂମିକାରେ ରହିଛନ୍ତି ଅନୀଲ କପୁର। ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ ଉତ୍କଣ୍ଠା ଦେଖିବାକୁ ମିଳିଛି। ‘ୱାର’ ଓ ‘ପଠାନ’ର ସଫଳତା ପରେ ଏହି ଫିଲ୍ମ ନିର୍ଦ୍ଦେଶନା ଦାୟିତ୍ୱ ବଲିଉଡ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ନେଇଛନ୍ତି। ୨୫୦ କୋଟି ବ୍ୟୟରେ ନିର୍ମିତ ଏହି ଫିଲ୍ମ ବକ୍ସ ଅଫିସରେ ଧୁମ ମଚାଇବ ବୋଲି ପ୍ରଯୋଜନା ସଂସ୍ଥା ଆଶା ବ୍ୟକ୍ତ କରିଛି।

Leave a Reply

Your email address will not be published. Required fields are marked *

Back to top button