ବୁଦା ଭିତରୁ ଯୁବକର କ୍ଷତବିକ୍ଷତ ମୃତଦେହ ଠାବ

କେନ୍ଦୁଝର : ଯୋଡ଼ା ଥାନା ବିଲେଇପଦାରେ ଯୁବକଙ୍କୁ ନିର୍ମମ ହତ୍ୟା। ବଜାରଠାରୁ ଅଳ୍ପ ଦୂର ଏକ ବୁଦା ଭିତରୁ କ୍ଷତବିକ୍ଷତ ମୃତଦେହ ଠାବ ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ରକ୍ତ ଭିଜା ୨ଟି ଛୁରୀ ଜବତ ହୋଇଛି।

ଖବର ଅନୁଯାୟୀ ସୋମବାର ସକାଳୁ ସ୍ଥାନୀୟ ଅଞ୍ଚଳର କିଛି ପିଲା ଗାଈ ଚରାଇବାକୁ ନେବାବେଳେ ମୃତଦେହ ପଡିଥିବା ଦେଖିଥିଲେ। ମୃତ ଯୁବକର ପରିଚୟ ମିଳିପାରିନାହିଁ। ଗତ ରାତିରେ ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ବଡ଼ବିଲ ଏସଡିପିଓ, ଯୋଡ଼ା ଥାନା ଆଇଆଇସି ପହଞ୍ଚିଛନ୍ତି। ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ୍ ଟିମ୍‌କୁ ଡକାଯାଇଛି। ହତ୍ୟାକାଣ୍ଡ ପଛରେ ଏକାଧିକ ବ୍ୟକ୍ତି ସଂପୃକ୍ତି ଥିବା ସନ୍ଦେହ କରାଯାଉଛି।

Leave a Reply

Your email address will not be published. Required fields are marked *

Back to top button