ସାକ୍ଷୀଗୋପାଳଜିଉଙ୍କୁ ଦର୍ଶନ କଲେ ଅଭିନେତା ମିଥୁନ ଚକ୍ରବର୍ତ୍ତୀ

ଭୁବନେଶ୍ଵର : ପୁରୀ ଜିଲ୍ଲା ସତ୍ୟବାଦୀର ସାକ୍ଷୀଗୋପାଳରେ ବଲିଉଡ ଅଭିନେତାରୁ ରାଜନେତା ହୋଇଥିବା ମିଥୁନ ଚକ୍ରବର୍ତ୍ତୀ।

ରବିବାର ଭୁବନେଶ୍ଵର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଲା ପରେ ପୁରୀ ଅଭିମୁଖେ ବାହାରିଥିଲେ ମିଥୁନ ଚକ୍ରବର୍ତ୍ତୀ। ସନ୍ଧ୍ୟାରେ ସାକ୍ଷୀଗୋପାଳଜିଉଙ୍କୁ ଦର୍ଶନ କରିଥିଲେ। ମନ୍ଦିର ବାହାରେ ସତ୍ୟବାଦୀ ମାଟିର ସହିଦ ଯବାନ ଦେବାଶିଷ ବିଶ୍ଵାଳଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସାମିଲ ବହୁ ସଂଖ୍ୟକ ଲୋକ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏହାଛଡା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ଯୁବ ନେତା ଓମ୍ ପ୍ରକାଶ ମିଶ୍ର ଓ ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରଦ୍ଧାଞ୍ଜଳି ସଭାରେ ଉଦବୋଧନ ଦେଇ ମିଥୁନ ଚକ୍ରବର୍ତ୍ତୀ କହିଥିଲେ ଦେବାଶିଷ ଯେଉଁଠି ବି ଅଛି ଭଲରେ ରହୁ। ସମୟକୁ ଅପେକ୍ଷା କରନ୍ତୁ ଭାରତ ସରକାର ଦୃଢ଼ ଜବାବ ଦେବେ।

ସେହିପରି ସମ୍ବିତ ପାତ୍ର ଦେବାଶିଷଙ୍କ ଅମର ଆତ୍ମାର ଶାନ୍ତି ପାଇଁ ପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିବା ସହ ତାଙ୍କର ବଳିଦାନ କେବେ ବ୍ୟର୍ଥ ଯିବନି। ପାକିସ୍ତାନ ଭାରତରେ ଯେଉଭଳି ଆତଙ୍କବାଦୀ ଗତିବିଧି ବଢାଉ ଥିଲା ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବାପରେ ପାକିସ୍ତାନକୁ କଡ଼ା ଜବାବ ଦେଇଛନ୍ତି। ଆତଙ୍କି ଉପରେ ହାମଲ୍ଲା କରି ଜବାବ ଦିଆଯାଉଥିଲା ଓ ଆଗକୁ ମଧ୍ୟ କଡ଼ା ଜବାବ ଦିଆଯିବ।

Leave a Reply

Your email address will not be published. Required fields are marked *

Back to top button