କଂଗ୍ରେସରୁ ମହମ୍ମଦ ମୋକିମ୍‌ ଓ ଚିରଞ୍ଜୀବ ନିଲମ୍ବିତ

ଭୁବନେଶ୍ଵର : ଟକ-ବାରବାଟୀ ବିଧାୟକ ବିଧାୟକ ମହମ୍ମଦ ମୋକିମ୍‌ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ଵାଳ କଂଗ୍ରେସରୁ ନିଲମ୍ବିତ ହୋଇଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ଉଭୟ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଖବର ଅନୁଯାୟୀ ଏଆଇସିସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟିର ସଦସ୍ୟ ସଚିବ ତାରିକ୍ ଅନୱାର ଏକ ପ୍ରେସ୍ ରିଲିଜ୍ ଜାରି କରି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଶରତ ପଟ୍ଟନାୟକଙ୍କ ଅଭିଯୋଗ ଆଧାରରେ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ୍‌ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ଵାଳଙ୍କ ବିରୋଧରେ ଦଳ କାର୍ଯ୍ୟାନୁଷ୍ଠାନ ନେଇଛି। ପୂର୍ବରୁ ଉଭୟ ମୋକିମ୍‌ ଓ ବିଶ୍ଵାଳଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଥିଲା। କିନ୍ତୁ ସେମାନଙ୍କର ଠାରୁ ଏଆଇସିସି ସନ୍ତୋଷଜନକ ଉତ୍ତର ପାଇପାରି ନଥିଲା।

ଏଆଇସିସିର କାର୍ଯ୍ୟାନୁଷ୍ଠାନ ପରେ ପିସିସି ସଭାପତି ଶରତ ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି ଏଆଇସିସି ଯାହା ପଦକ୍ଷେପ ନେଇଛି ତାହାକୁ ଆମେ ଗ୍ରହଣ କରୁଛୁ। କଂଗ୍ରେସ ଏକ ହୋଇ ଅଛି। ସର୍ବାଦା ଏକ ହୋଇ ରହିବ। ଅନ୍ୟପକ୍ଷରେ ମହମ୍ମଦ ମୋକିମ୍ କହିଛନ୍ତି ସେ ନିଲମ୍ବନ କଥା ସୋସିଆଲ୍ ମିଡିଆରୁ ଜାଣିଲେ। ‌ସେ କଂଗ୍ରେସରେ ରହିବେ। ଘଟଣା ସଂପର୍କରେ ଅନୁଧ୍ୟାନ ପରେ ମତାମତ ଦେବେ।

Leave a Reply

Your email address will not be published. Required fields are marked *

Back to top button