ଫାଇଲେରିଆ ବଟିକା ଖାଇ ହରିଡାପାଳ ସୁଲର ୮ ଶିଶୁ ଅସୁସ୍ଥ

ଘସିପୁରା : ଫାଇଲେରିଆ ବଟିକା ଖାଇ ହରିଡାପାଳ ସୁଲର ୮ ଜଣ ଶିଶୁ ଅସୁସ୍ଥ ହୋଇ ଆନନ୍ଦପୁର ଉପଖଣ୍ଡ ଚିିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଛି।
ଖବର ଅନୁଯାୟୀ ଆନନ୍ଦପୁର ଉପଖଣ୍ଡ ଚିିକିତ୍ସାଳୟ ପକ୍ଷରୁ ଘର ଘର ବୁଲି ଫାଇଲେରିଆ ସଚେତନତା ସୃଷ୍ଟି କରିବା ସହ ଫାଇଲେରିଆ ବଟିକା ବଣ୍ଟାଯାଇଥିଲା। ଆଜି ବିଭିନ୍ନ ବିଦ୍ୟାଳୟରେ ଫାଇଲେରିଆ ବଟିକା ଛାତ୍ରଛାତ୍ରୀମାନଙ୍କୁ ଦିଆଯାଇଥିଲା। ହେଲେ ଏହି ଫାଇଲେରିଆ ବଟିକା ଖାଇବା ପରେ ଆନନ୍ଦପୁର ବ୍ଲକ ହରିଡାପାଳ ସୁଲର ୮ ଜଣ ଶିଶୁ ଶୁଭମ ରାଉତ ୨ୟ ଶ୍ରେଣୀ, ଯୁବରାଜ ରାଉତ ୫ ମ , ଶିଦ୍ଧେଶ୍ଵର ମାଝୀ ୫ମ, ଆୟୁଶ ପରିଡା ୪ର୍ଥ ,ବେବ ସ୍ମିତା ମାଝୀ ୩ୟ, ଶିଲିରାଉତ, ସାଇସ୍ମିତ ରାଉତ ଓ ଆୟୂଶ ପଡିଆରୀଙ୍କର ମୁଣ୍ଡ ବୁଲାଇଥିଲା। ଏହାଦେଖି ଶ୍ରେଣୀ ଶିକ୍ଷୟତ୍ରୀ ଓ ସ୍ଵାସ୍ଥକର୍ମୀ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଆନନ୍ଦପୁର ଉପଖଣ୍ଡ ଚିିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଶିଶୁମାନେ ସୁସ୍ଥଥିବା ଜଣାପଡିଛି।