ସାଂସଦ ମହୁଆଙ୍କ ବିରୋଧରେ ସିବିଆଇ ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ : ପ୍ରଶ୍ନ ପାଇଁ ଅର୍ଥ ମାମଲାରେ ଫସିଥିଲେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ର। ତାଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗର ତଦନ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ବା ସିବିଆଇ ଦ୍ୱାରା କରିବା ପାଇଁ ଲୋକପାଳ ନିର୍ଦ୍ଦେଶ ଦେଇଛନ୍ତି।

ଖବର ଅନୁଯାୟୀ ବିଜେପି ସାଂସଦ ଦୁବେ ଏକ୍ସ ମାଧ୍ୟମରେ ଏକ ପୋଷ୍ଟ କରି ଏ ସଂପର୍କରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ମୋ ଅଭିଯୋଗ ଆଧାରରେ ଲୋକପାଳ ତୃଣମୂଳ କଂଗ୍ରେସର ସାଂସଦ ମହୁଆ ମୈତ୍ରଙ୍କ ବିରୋଧରେ ଆସିଥିବା ଦୁର୍ନୀତିର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ସାଂସଦ ଶ୍ରୀ ଦୁବେ ଅଭିଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆଦାନୀ ଗ୍ରୁପକୁ ଟାର୍ଗେଟ କରି ସଂସଦରେ ପ୍ରଶ୍ନ ପଚାରିବା ପାଇଁ ସାଂସଦ ଶ୍ରୀମତୀ ମୈତ୍ରଙ୍କ ଦର୍ଶନ ହିରାନନ୍ଦାନୀଙ୍କ ଠାରୁ ନଗଦ ଟଙ୍କା ଗ୍ରହଣ କରିଥିଲେ। ସେ ଆଦାନୀ ଗ୍ରୁପ୍‌ର ବ୍ୟବସାୟିକ ପ୍ରତିଦ୍ୱନ୍ଦ୍ୱୀ। କେବଳ ସେତିକି ନୁହେଁ ସେ କହିଛନ୍ତି ଶ୍ରୀମତୀ ମୈତ୍ର ବ୍ୟବସାୟୀ ହିରାନନ୍ଦାନୀଙ୍କ ସହ ତାଙ୍କ ସଂସଦୀୟ ଲଗ୍‌ ଇନ୍‌ ଶେୟାର କରି ଜାତୀୟ ନିରାପତ୍ତା ସହ ବୁଝାମଣା କରିଛନ୍ତି। ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ଚିଠି ଲେଖି ତୁରନ୍ତ ସାଂସଦ ଶ୍ରୀମତୀ ମୈତ୍ରଙ୍କଙ୍କୁ ସଂସଦରୁ ନିଲମ୍ବିତ କରିବାକୁ ସେ ଦାବି କରିଛନ୍ତି। ଅନ୍ୟପକ୍ଷରେ ସଂସଦର ସଦାଚାର କମିଟିର ପ୍ରଥମ ବୈଠକରେ ମହୁଆ ହାଜର ହୋଇଥିଲେ ହେଁ ଶୁଣାଣି ସମୟରେ ତାଙ୍କୁ ‌ଅଶାଳୀନ ପ୍ରଶ୍ନ ପଚରାଗଲା ଅଭିଯୋଗ କରି ଅଧାରୁ ଉଠି ଆସିଥିଲେ।

Leave a Reply

Your email address will not be published. Required fields are marked *

Back to top button