ରୁଷ୍‌ ପସ୍କୋଭ୍‌ ବିମାନ ବନ୍ଦରରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ

ମସ୍କୋ : ରୁଷ୍‌ର ପସ୍କୋଭ୍‌ ବିମାନ ବନ୍ଦରରେ ୟୁକ୍ରେନ୍‌ ଡ୍ରୋନ୍‌ ଆକ୍ରମଣ ଯୋଗୁଁ ଅଗ୍ନିକାଣ୍ଡ ଘଟିଛି। ମଙ୍ଗଳବାର ରାତିରେ ଏହି ଘଟଣା ଘଟିଥିବା ଆଞ୍ଚଳିକ ଗଭର୍ଣ୍ଣର୍‌ ମିଖାଇଲ୍‌ ବେଦେର୍ଣ୍ଣିକୋଭ୍‌ ସୂଚନା ଦେଇଛନ୍ତି। କିନ୍ତୁ କେହି ପ୍ରାଣ ହରାଇ ନାହାନ୍ତି।

ଖବର ଅନୁଯାୟୀ ସରକାରୀ ଅଧିକାରୀମାନେ କହିଛନ୍ତି ଡ୍ରୋନ୍‌ ଆକ୍ରମଣ ଯୋଗୁଁ ୪ଟି ରୁଷୀୟ ପରିବହନ ବିମାନ ନଷ୍ଟ ହୋଇଯାଇଛି। ଘଟଣା ରାତିରେ ଘଟିଥିବାରୁ ସୁବିଧା ଅସୁବିଧା ଜାଣିବା କଷ୍ଟକର ହୋଇପଡ଼ିଛି। ଯଦି ସବୁ ଠିକ୍‌ଠାକ୍‌ ଥାଏ ତେବେ ଗୁରୁବାରଠାରୁ ବିମାନ ଚଳାଚଳ ସ୍ଵାଭାବିକ ଆରମ୍ଭ ହେବ।
ଅନ୍ୟପକ୍ଷରେ ପସ୍କୋଭ୍‌ ବିମାନ ବନ୍ଦର ଉପରେ ୧୦ରୁ ୨୦ଟି ଡ୍ରୋନ୍‌ ଆକ୍ରମଣ ହୋଇଥିବା ବେଳେ ସେଥିରୁ ୩ଟି ଡ୍ରୋନ୍‌କୁ ବ୍ରିୟାନ୍‌ସ୍କ ଅଞ୍ଚଳରେ ରୁଷୀୟ ସେନା ଗୁଳି ମାରି ଖସାଇ ଦେଇଥିବା ଅସମର୍ଥିତ ସୂତ୍ରରୁ ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

Back to top button